Only for Entertainment

ବଲିଉଡ ଟିକଟକ ଷ୍ଟାରଙ୍କ ସହିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ମିଡ ନାଇଟରେ ଝୁମିବ ଓଡ଼ିଶା

kanaklifestyle
198

ଆଜିକାଲି ଟିକଟକ ଆପ ର ଚାହିଦା ଏତେ ମାତ୍ରାରେ ବଢି ଯାଇଛିଯେ ସାମାନ୍ୟ ଫାଙ୍କା ମିଳିଲେ ପିଲାଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ମାତି ଯାଉଛନ୍ତି ଟିକଟକ ଭିଡ଼ିଓରେ । କେହି କେହି ନିଜେ ଭିଡ଼ିଓ ପ୍ରସ୍ତୁତ କରି ସାଇଟରେ ପୋଷ୍ଟ କରୁଛନ୍ତି ତ ଆଉ କେହି କେବଳ ଭିଡ଼ିଓ ଦେଖି ମଜା ନେଉଛନ୍ତି । ତେବେ ଏମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ଲୋକପ୍ରିୟ ଟିକଟକ ଷ୍ଟାରଙ୍କ ଚାହିଦା ମଧ୍ୟ ବଢି ବଢି ଯାଉଛି । ଗାଁ ଗହଳିରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଏମାନଙ୍କୁ ନେଇ ଆୟୋଜିତ ହେଉଛି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ତେବେ ଆଜି କିନ୍ତୁ ଆମେ ଆଲୋଚନା କରୁଛୁ ସେହି ପ୍ରସିଦ୍ଧ ଲୋକପ୍ରିୟ ଟିକଟକ ଷ୍ଟାର ମାନଙ୍କ ବିଷୟରେ ଯେଉଁମାନେ ଓଡ଼ିଶା ଆସୁଛନ୍ତିି ଫ୍ୟାନ୍ସଙ୍କୁ ଛୁମେଇବା ପାଇଁ ।

 

ମିଡ ନାଇଟରେ ସାରା ଦେଶ ଉତ୍ସବ ମୁଖର ହୋଇ ଉଠିବ । ନା ଥିବ ଶାନ୍ତ ପରିବେଶ ନା ନିଦର ସମ୍ଭାବନା । ସମସ୍ତେ ଲାଗି ପଡ଼ିବେ ଏହାକୁ ପାଳନ କରିବା ପାଇଁ । ତେବେ ଓଡ଼ିଶା କିଭଳି ବାଦ୍ ପଡ଼ିବ? ଆଜ୍ଞା ହଁ ଫ୍ୟାନ୍ସ ମାନଙ୍କୁ ମନୋରଂଜନ କରିବାକୁ ଓଡ଼ିଶା ଆସୁଛନ୍ତି ପ୍ରସିଦ୍ଧ ବଲିଉଡ ଟିକଟକ ଷ୍ଟାର । ଭୁବନେଶ୍ୱରର କଳିଙ୍ଗ ଅଶୋକ ହୋଟେଲରେ ଆୟୋଜିତ ହେବ ଏହି କାର୍ଯ୍ୟକ୍ରମ । ତେବେ ଆପଣ ମଧ୍ୟ ଏଠାରେ ଯୋଗ ଦେଇ ପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More