ରିଆଲିଟି ଶୋ’ରେ ଏକ୍ସ ବଏଫ୍ରେଣ୍ଡ ହିମାଂଶଙ୍କ ପାଇଁ ଗୀତ ଗାଇଲେ ନେହା, ଉଦିତ ନାରାୟଣଙ୍କୁ ମିଳିଗଲା ଭାବି ପତ୍ନୀ
ଇଣ୍ଡିଆନ ଆଇଡଲ ରିଆଲିଟି ଶୋ’ରେ ହୋଷ୍ଟ ଏବଂ ବିଚାରକଙ୍କ ଠାରୁ ଆରମ୍ଭ କରି ପ୍ରତିଯୋଗୀଙ୍କ ପର୍ଯ୍ୟନ୍ତ ସମସ୍ତେ ଖୁବ ଛୁମନ୍ତି । ନିକଟରେ ଶୋ’ରେ ସେହିଭଳି କିଛି ତଡ଼କା ଦେଖିବାକୁ ମିଳିଛି । ଆଜ୍ଞା ହଁ ଭିଡିଓରେ ଦେଖିବାକୁ ମିଳିଛି ଯେ ପ୍ରଥମେ ଭାରତୀ ଏକ ପାଲିଙ୍କିରେ ବସି ଶୋ’କୁ ପ୍ରବେଶ କରୁଛନ୍ତି ଏବଂ ତାଙ୍କ ସ୍ୱାମୀ ହର୍ଷ ଏକ ଘୋଡ଼ାରେ ସଜେଇ ହୋଇ ଆସିଛନ୍ତି। ଏହାପରେ ଶୋ’ର ହୋଷ୍ଟ ଆଦିତ୍ୟ ଦୁହିଁଙ୍କୁ ତାଙ୍କ ଦ୍ୱିତୀୟ ବିବାହ ବାର୍ଷିକୀ ଉପରେ ପ୍ରଶ୍ନ କରୁଛନ୍ତି। ଏହାର ଉତ୍ତରରେ ଭାରତୀ କହୁଛନ୍ତି, “୨ ବର୍ଷ ଭିତରେ ମୁଁ ହର୍ଷଙ୍କ ଗୁଜରାଟୀ କେଶକୁ ବଦଳାଇ ପଞ୍ଜାବୀ କରିଦେଇଛି।” ଏହା ଶୁଣି ସମସ୍ତେ ହସିଛନ୍ତି।
Entertainment aur suroon ka quota hoga high kyunki aa rahi hai @bharti_lalli aur unke dulhe #HaarshLimbachiyaa iss weekend #ShaadiSpecial mein. Miss mat kijiye #IndianIdol11 iss Sat raat 8 baje. #IndianIdol #EkDeshEkAwaaz @iAmNehaKakkar @VishalDadlani #HimeshReshammiya pic.twitter.com/AxHlDc0Qno
— Sony TV (@SonyTV) December 19, 2019
ଏହାପରେ ଶୋ’ରେ ଜଣେ ପ୍ରତିଯୋଗୀ ‘ଚନ୍ନା ମେରେୟା’ ଗୀତ ଗାଇଛନ୍ତି। ଏହାକୁ ଶୁଣିବା ପରେ ସମସ୍ତଙ୍କର ପୁରୁଣା ସ୍ମୃତି ମନେପଡ଼ିଛି। ଏପରିକି ଶୋ’ର ଜଜ୍ ନେହା କକ୍କର ମଧ୍ୟ ପୁରୁଣା ବୟଫ୍ରେଣ୍ଡ ହିମାଂଶଙ୍କ କଥା ମନେ ପକାଇଛନ୍ତି। ତେଣୁ ଏହାରି ମଧ୍ୟରେ ହଠାତ୍ ସେ ସମସ୍ତଙ୍କୁ ଚମକାଇ ଦେଇ ‘ମୁଁ ବି ମୋ ଏକ୍ସ-ବୟଫ୍ରେଣ୍ଡ ପାଇଁ ଏହି ଗୀତଟି ଗାଇବାକୁ ଚାହୁଁଛି’ ବୋଲି କହିଛନ୍ତି। ଭିଡ଼ିଓରେ ଉଦିତ ନେହାଙ୍କ ପାଇଁ ଏକ ଗୀତ ଗାଉ ଥିବାର ଦେଖିବାକୁ ମିଳିଛି ।ନେହା ଗୀତଟିକୁ ଗାଇ ସାରିବା ପରେ ହୋଷ୍ଟ ଆଦିତ୍ୟ କହୁଛନ୍ତି, ‘ଇସ୍ମେ ତେରା ଘାଟା ଇନ୍କା କୁଛ୍ ନହିଁ ଜାତା।’