ଫିଲ୍ମ ବାହୁବଳୀ ଷ୍ଟାର ପ୍ରଭାସ ନିଜର ଦମଦାର ଅଭିନୟ ଏବଂ ପର୍ସନାଲିଟି ପାଇଁ ସମସ୍ତଙ୍କ ପ୍ରିୟ ହୋଇପାରିଛନ୍ତି । ଆପଣ ସମସ୍ତେ ଜାଣିଥିବେ ଯେ ବାହୁବଳୀର ପ୍ରଥମ ପାର୍ଟ ପରେ ପ୍ରଭାସଙ୍କୁ ୬୦୦୦ରୁ ଅଧିକ ବିବାହ ପ୍ରସ୍ତାବ ଆସିଥିଲା । ଫିଲ୍ମ ବାହୁବଳୀ ତାଙ୍କ କ୍ୟାରିଅରର ସବୁଠାରୁ ବଡ ଫିଲ୍ମ ପ୍ରମାଣିତ ହୋଇଥିଲା ।
ପ୍ରଭାସଙ୍କ ଏହି ଫିଲ୍ମ କେବଳ ଭାରତରେ ଭାରତ ବାହାରେ ମଧ୍ୟ ଅନେକ ରେକର୍ଡ ଭାଙ୍ଗିଥିଲା । ଏବେ ପ୍ରଭାସ ନିଜର ବିବାହକୁ ନେଇ ପୁଣିଥରେ ଖୁବ ଚର୍ଚ୍ଚାରେ ଅଛନ୍ତି ।
ଅସଲରେ ପ୍ରଭାସଙ୍କ ଆଣ୍ଟି ବିବାହକୁ ନେଇ ନିଜ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ପ୍ରଭାସଙ୍କ ବିବାହରକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି । ଫିଲ୍ମ ‘ଜାନ’ର ରିଲିଜ ପରେ ସେ ବିବାହ କରିପାରନ୍ତି । ପ୍ରଭାସଙ୍କ ଫିଲ୍ମ ଜାନୁଆରୀ ୨୦୨୦ରେ ରିଲିଜ ହେବ ବୋଲି ଶୁଣିବାକୁ ମିଳିଛି ।
ପ୍ରଭାସଙ୍କ ଆଣ୍ଟି କହିଛନ୍ତି ପରିବାର ଲୋକେ ପ୍ରଭାସଙ୍କ ବିବାହକୁ ଅପେକ୍ଷାର ସହିତ ଚାହିଁ ବସିଛନ୍ତି । ଏହା ସହିତ ସେ କହିଛନ୍ତି ବିବାହ ପାଇଁ ଗୋଟିଏ ଭଲ ଝିଅ ଖୋଜା ଚାଲିଛି ଯେ ଆମ ପରିବାର ସହିତ ମିଶି ପାରିବ । କହିରଖୁଛୁ ଯେ, ପ୍ରଭାସଙ୍କ ନାମ ଅନେକ ଦିନରୁ ସାଉଥ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀଙ୍କ ସହିତ ଯୋଡା ହେଉଛି । କିନ୍ତୁ ଏହି ଖବରକୁ ଦୁହେଁ ଖଣ୍ଡନ କରି ଆସିଛନ୍ତି ।