ଆମ ଦେଶରେ, ଆଖପାଖରେ, ନଜରରେ ଏମିତି ଅନେକ ଅଛନ୍ତି ଯେଉଁମାନେ ଏସିଡ ଆକ୍ରମଣ ଶିକାର ହେବା ପରେ ସଂର୍ଘଷର ଜୀବନ କାଟୁଛନ୍ତି । ଏମାନଙ୍କ ମଧ୍ୟରୁ କିଏ ଜିଇଁବା ପାଇଁ ନୂଆ ଆଶାକୁ ଅପେକ୍ଷା କରିଥିବାବେଳେ ଆଉ କିଛି ନୂଆ ଆରମ୍ଭ ସହ ଆଗେଇ ଚାଲିଛନ୍ତି । ଏମାନଙ୍କ ଭିତରେ ଜଣେ ହେଉଛନ୍ତି ଲକ୍ଷ୍ମୀ ଅଗ୍ରୱାଲ । ଦିଲ୍ଲୀର ଏହି ଝିଅ ଏସିଡ ଆକ୍ରମଣ ଶିକାର ହେବା ପରେ କିଭଳି କାଟିଥିଲେ କଷ୍ଟକର ଜୀବନ? କେମିତି ଆଗକୁ ବଢିଥିଲେ? ଆଜିର ଦିନରେ କିପରି ସେ ଅନ୍ୟ ମାନଙ୍କ ପାଇଁ ଉଦହାରଣ ସୃଷ୍ଟି କରିଛନ୍ତି ଏହାକୁ ନେଇ ନିର୍ମାଣ ହେଉଛି ଅପକମିଂ ବଲିଉଡ ବାୟୋପିକ ସିନେମା ଛପାକ ।
ପ୍ରଯୋଜନା ସଂସ୍ଥା ଫିଲ୍ମର ପ୍ରଥମ ମେକିଂ ଭିଡିଓ ଜାରି କରିବା ପରେ ଏବେ ନୂଆ ଭିଡିଓକୁ ରିଲିଜ କରିଛନ୍ତି । ଯେଉଁଥିରେ ଲକ୍ଷ୍ମୀ ଅଗ୍ରୱାଲ ଓ ଅନ୍ୟ କିିଛି ଏସିଡ ଆକ୍ରମଣର ପୀଡିତା ନିଜ ନିଜର କଥାକୁ ବାଟିଂଛନ୍ତି । ନିର୍ଦ୍ଦେଶିକା ମେଘନା ଗୁଲଜାର କେବଳ ଲକ୍ଷ୍ମୀଙ୍କ ଜୀବନୀଠୁ ନୁହେଁ ବଂର ଆଉ ୪ଜଣ ପୀଡିତାଙ୍କ କଥାରୁ ଅନୁପ୍ରାଣିତ ହୋଇ ପ୍ରସ୍ତୁତ କରିଛନ୍ତି ଛପାକ । ଅନ୍ୟପଟେ ସେଟରେ ପହଁଚି ନାୟିକା ଦିପିକାଙ୍କୁ ସୁଟିଂ ପାଇଁ ଏମାନେ ସହଯୋଗ ମଧ୍ୟ କରିଥିଲେ ।
ଦୀପିକା ମଧ୍ୟ ନିଜ କ୍ୟାରେକ୍ଟରକୁ ଅଧିକ ଜୀବନ୍ତ କରିବା ପାଇଁ ପୀଡିତାଙ୍କ ଗହଣରେ ବେଶ କିଛି ସମୟ କାଟିବା ପରେ ସୁଟିଂ ସେଟକୁ ଯାଉଥିବା କହିଛନ୍ତି । ଏସିଡ ଆକ୍ରମଣର ଶିକାର ହେବା ପରେ ସମୟ ଅନୁସାରେ ଏମାନେ କିଭଳି ନିଜକୁ ସମ୍ଭାଳିଛନ୍ତି,ମଜବୁତ କରିଥିଲେ ସେହି ସବୁ କଥାକୁ ଏହି ଭିଡିଓ ଜରିଆରେ ଦେଖାଇବା ପାଇଁ ଛୋଟ ପ୍ରୟାସ କରିଛନ୍ତି ନିର୍ଦ୍ଦେଶିକା । ମଧ୍ୟ ଅନ୍ୟପଟେ ନାୟିକା ଦୀପିକା କହିଛନ୍ତି ଜୀବନ ସଂଗ୍ରାମରେ ଏମାନେ ପୀଡିତା ନୁହଁନ୍ତି ପ୍ରକୃତରେ ଜଣେ ଜଣେ ଯୋଦ୍ଧା । ସତ୍ୟ ଘଟଣାରେ ନିର୍ମିତ ଛପାକ୍ ଜାନୁଆରୀ ୧୦ରେ ରିଲିଜ ହେଉଛି ।