ଏଭଳି ଦୂର କରନ୍ତୁ ଘରର ବାସ୍ତୁଦୋଷ
ସକାଳୁ ଗାଧୋଇବା ପରେ ଯଦି ଆପଣ ସୂର୍ଯ୍ୟଦେବତାଙ୍କୁ ପାଣି ଦେଉଛନ୍ତି, ତେବେ ସର୍ବଦା ତମ୍ୱା ପାତ୍ରରେ ପାଣି ଦିଅନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ଘରେ ଥିବା ବାସ୍ତୁ ଦୋଷ ଦୂର ହୋଇଥାଏ।
ଘରେ ରୁଟି ତିଆରି କରିବା ସମୟରେ ପ୍ରଥମ ରୁଟି ଗାଈମାନଙ୍କ ପାଇଁ ଏବଂ ଶେଷ ରୁଟିଟି କୁକୁରଙ୍କ ପାଇଁ କାଢ଼ି ରଖନ୍ତୁ। ଏପରି କଲେ, ଆପଣଙ୍କ ଘରେ ଥିବା ବାସ୍ତୁଦୋଷ ମଧ୍ୟ ଦୂର ହୋଇଥାଏ।
ସେହିପରି ଆପଣଙ୍କ ଠାକୁର ଘରର ଦ୍ୱାର ମୁଁହରେ ସର୍ବଦା ଏକ ପିତ୍ତଳ ଢାଳରେ ପାଣି ପୂର୍ଣ୍ଣ କରି ରଖନ୍ତୁ। ପରଦିନ ଏହି ପାଣିକୁ ଘରର ଚାରିଆଡ଼େ ସିଞ୍ଚନ କରନ୍ତୁ। ଏହା କରିବା ଦ୍ୱାରା ଘରେ ସକାରାତ୍ମକ ଉର୍ଜା ସୃଷ୍ଟି ହୋଇଥାଏ।
ଠାକୁର ପୂଜାରେ ଆପଣ ବ୍ୟବହାର କରିଥିବା ଫୁଲକୁ ଘରେ ରଖନ୍ତୁ ନାହିଁ। ଏହି ଶୁଖିଲା ଫୁଲ ଆପଣଙ୍କ ଘରେ ରହିଲେ ନକାରାତ୍ମକ ଉର୍ଜା ଘରେ ସୃଷ୍ଟି ହୋଇଥାଏ। ଏଥିପାଇଁ ସର୍ବଦା ଏହି ଶୁଖିଲା ଫୁଲକୁ ଘରେ ନ ରଖି ପାଣିରେ ଭସାଇ ଦିଅନ୍ତୁ।