ଶୋ ପାଇଁ କଠିନ ପରିଶ୍ରମ କରୁ ଥିବାର ନଜର ଆସିଲେ ଟିଭିର ନାଗିନ, ଭିଡ଼ିଓରେ ନଜର ଆସିଲା ଆକ୍ସନ
ଭୋଜପୁରୀ ଅଭିନତ୍ରୀ ମୋନାଲିସା ଏବେ ଟିଭି ଶୋ ‘ନଜର’ରେ ଡାୟନ ଚରିତ୍ରରେ ନଜର ଆସୁଛନ୍ତି । କହିରଖୁଛୁ ଶୋ ପାଇଁ ମୋନାଲିସା କଠିନ ପରିଶ୍ରମ କରୁଛନ୍ତି । ଏହା ଆମେ କହୁନାହୁଁ ବରଂ ମୋନାଲିସା ଶେୟାର କରିଥିବା ଭିଡ଼ିଓରେ ଦେଖିବାକୁ ମିଳିଛି । ନିକଟରେ ଅଭିନେତ୍ରୀ ସୋସିଆଲ ମିଡିଆରେ ଏକ ଭିଡ଼ିଓ ଶେୟାର କରି ଆକ୍ସନ ଆକ୍ସନ ଲେଖିଛନ୍ତି ।
ଭାଇରାଲ ଭିଡ଼ିଓରେ ମୋନାଲିସା ଶାଢୀ ପିନ୍ଧି ଏକ ଦଉଡ଼ିକୁ ଧରି ଚଢୁ ଥିବାର ନଜର ଆସିଛନ୍ତି । ଏହି ଭିଡ଼ିଓକୁ ଦର୍ଶକ ଖୁବ ପସନ୍ଦ କରିବା ସହିତ ପ୍ରଶଂସା ମଧ୍ୟ କରୁଛନ୍ତି । କେବଳ ଫ୍ୟାନ୍ସ ନୁହଁନ୍ତି ବରଂ ମୋନାଲିସାଙ୍କ ପତି ବିକ୍ରାନ୍ତ ମଧ୍ୟ ଏହି ଭିଡ଼ିଓକୁ ଖୁବ ପ୍ରଶଂସା କରିଛନ୍ତି ।