ଜିମ ବାହାରକୁ ଆସିବା ମାତ୍ରେ ସାରାଙ୍କୁ ହଠାତ କିସ କରିଦେଲେ ଜଣେ ଫ୍ୟାନ, ମାରିବା ପାଇଁ ଗୋଡ଼ାଇଲେ ବଡି ଗାର୍ଡ଼, ଦେଖନ୍ତୁ ଭିଡ଼ିଓ
ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ୍ ସବୁବେଳେ ନିଜ ଲୁକକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ସାରାଙ୍କ ଜିମ ଲୁକ ମଧ୍ୟ ଖୁବ ଚର୍ଚ୍ଚାରେ ରହିଥାଏ । କିନ୍ତୁ ଆମେ ସାରାଙ୍କ ଆଉଟଫିଟ ବିଷୟରେ ଆଲୋଚନା କରୁନାହୁଁ ବରଂ ଜିମ ବାହାରେ ତାଙ୍କ ସହିତ ଘଟିଥିବା ଏକ ଘଟଣା ସଂପର୍କରେ ଆଲୋଚନା କରୁଛୁ । ଆଜ୍ଞା ହଁ ଜିମ ବାହାରକୁ ବାହାରିବା ମାତ୍ରେ ସାରାଙ୍କ ସହିତ ଜଣେ ଫ୍ୟାନ ଏଭଳି କିଛି କଲେ ଯାହାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ବାସ୍ତବରେ ଜିମ ବାହାରକୁ ଆସିବା ମାତ୍ରେ ସାରାଙ୍କ ସହିତ କିଛି ଫ୍ୟାନ୍ସ ସେଲ୍ଫି ନେବା ପାଇଁ ଆସିଲେ । ଫଟୋ ଉଠାଇବା ସମୟରେ ଜଣେ ଫ୍ୟାନ ହଠାତ ସାରାଙ୍କ ହାତକୁ କିସ କରିଦେଲେ । ଯାହାପରେ ହଠାତ ସାରା ଚମକି ପଡ଼ିଲେ । କିନ୍ତୁ ସାରାଙ୍କ ବଡି ଗାର୍ଡ ସେହି ଫ୍ୟାନ ଜଣଙ୍କୁ ମାରିବା ପାଇଁ ଗୋଡ଼ାଇଲେ । ତେବେ ଏହି କଥାକୁ ନେଇ ଫ୍ୟାନ ଜଣଙ୍କୁ ଖୁବ ନିନ୍ଦା କରୁଛନ୍ତି ସୋସିଆଲ ମିଡିଆ ବ୍ୟବହାରକାରୀ ।