ଫିଲ୍ମ ‘ମୁମ୍ବାଇ ସାଗା’ରୁ ସାମ୍ନାକୁ ଆସିଲା ଜନ ଆବ୍ରାହମଙ୍କ ପ୍ରଥମ ଲୁକ, ଦେଶୀ ଅବତାରରେ ନଜର ଆସିଲେ ଜନ, ଦେଖନ୍ତୁ ଫଟୋ
ଫିଲ୍ମ ‘ମୁମ୍ବାଇ ସାଗା’ରୁ ଅଭିନେତା ଜନ ଆବ୍ରାହମଙ୍କ ଲୁକକୁ ସୋସିଆଲ ମିଡିଆରେ ରିଲିଜ କରାଯାଇଛି । ନିର୍ଦ୍ଦେଶକ ସଂଜୟ ଗୁପ୍ତା ଏହି ମଲ୍ଟି ଷ୍ଟାରର ଫିଲ୍ମରୁ ଜନଙ୍କ ଲୁକକୁ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ସେୟାର କରାଯାଇଥିବା ଫିଲ୍ମର ଏହି ଫଟୋରେ ଜନ ଆବ୍ରାହମ ଖୁବ ଭିନ୍ନ ଅନ୍ଦାଜରେ ନଜର ଆସିଛନ୍ତି । ଫଟୋରେ ଜନ କୁର୍ତ୍ତା, ପାଇଜାମା ସହିତ ମୁଣ୍ଡରେ ତିଳକ ଏବଂ ବେକରେ ଚେନ ଲଗାଇ ଇଣ୍ଟେନ୍ସ ଲୁକରେ ନଜର ଆସିଛନ୍ତି ।
ଫିଲ୍ମର ଏହି ଲୁକ ଫଟୋ ସେୟାର କରି ସଂଜୟ ଗୁପ୍ତା ଲେଖିଥିଲେ, ଫିଲ୍ମ ‘ମୁମ୍ବାଇ ସଗା’ରୁ ମୋ ମନପସନ୍ଦ ମୁହୂର୍ତ୍ତ । ଆଉ ହଁ ଜନ ଆବ୍ରାହମ ଏକ ନୂଆ ଲୁକରେ ।
One of my favourite moments from MUMBAI SAGA.
And of course Mr. Abraham like never before. 😊😊😊 pic.twitter.com/ooKz6wvt1l— Sanjay Gupta (@_SanjayGupta) January 13, 2020
ଆପଣଙ୍କୁ କହିରଖୁଛୁ ଯେ, ଫିଲ୍ମରେ ଜନ ଆବ୍ରାହମଙ୍କ ସହିତ ଇମରାନ ହାସମୀ, କାଜୋଲ ଅଗ୍ରୱାଲ, ଜ୍ୟାକି ଶ୍ରଫ, ପ୍ରତୀକ ବବର, ସୁନିଲ ସେଟ୍ଟୀ, ଗୁଲସନ ଗ୍ରୋଭର, ପଙ୍କଜ ତ୍ରୀପାଠୀ ଓ ଶର୍ମନ ଯୋଶୀବଙ୍କ ପରି କଳାକାର ନଜର ଆସିବେ । ଏହି ଫିଲ୍ମ ଏକ ଗ୍ୟାଙ୍ଗଷ୍ଟାର ଡ୍ରାମା ଫିଲ୍ମ ଅଟେ । ଗ୍ୟାଙ୍ଗଷ୍ଟାର ଡ୍ରାମା ଉପରେ ଆଧାରିତ ଫିଲ୍ମକୁ ୮୦ ଏବଂ ୯୦ ଦଶକରେ ସେଟ କରାଯାଇଛି ।
ଏହି ଫିଲ୍ମର ଘୋଷଣା ସହିତ ଏହାର ଷ୍ଟାର କାଷ୍ଟଙ୍କ ଫଟୋ ସାମ୍ନାକୁ ଆସିଥିଲା । ଫିଲ୍ମର ପୋଷ୍ଟର ଦେଖିବା ପରେ ଫ୍ୟାନ୍ସ ଏହାକୁ ଉତ୍ସାହର ସହିତ ଅପେକ୍ଷା କରି ରହିଛନ୍ତି । ଫିଲ୍ମ ୨୦୨୦ ଜୁନ ୧୯ରେ ପରଦାକୁ ଆସିବ ।