ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ନିଜ ଜନ୍ମଦିନରେ ଫ୍ୟାନ୍ସମାନଙ୍କୁ ଦେଲେ ଉପହାର !
ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କର ଆଜି ଜନ୍ମଦିନ । ଏହି ଖାସ ମଉକାରେ ସେ ନିଜ ଆଗାମୀ ଫିଲ୍ମ ‘ଶେରଶାହ’ର ପ୍ରଥମ ଲୁକ ରିଲିଜ କରିଛନ୍ତି । ଏହି ଫିଲ୍ମ ଜୁଲାଇ ୩ରେ ପରଦାରେ ରିଲିଜ ହେବ । ସିଦ୍ଧାର୍ଥ ସୋସିଆଲ ମିଡିଆରେ ୩ଟି ଫଟୋ ଶେୟାର କରିଛନ୍ତି ।
ଶେରଶାହ’ଫିଲ୍ମ କାରଗିଲ ଯୁଦ୍ଧର ହିରୋ ବିକ୍ରମ ବତ୍ରାଙ୍କ ବାୟୋପିକ ଅଟେ । ଏହି ପୋଷ୍ଟରରେ ସିଦ୍ଧାର୍ଥ ହାତରେ ବନ୍ଧୁକ ନେଇ ନିଜ ବାଟାଲିୟନ ସହ ପାହାଡ ଚଢୁଥିବାର ନଜର ଆସିଛନ୍ତି ।
ତାଙ୍କର କ୍ୟାପଶନରେ ଅଭିନେତା ଲେଖିଛନ୍ତି ମୋ ପାଇଁ ଗର୍ବର କଥା ଏହା ଯେ ସୌର୍ଯ୍ୟ ଏବଂ ବଳିଦାନର ଏହି କାହାଣୀ ବଡ ପରଦାରେ ଆଣିବାକୁ ସୁଯୋଗ ମିଳିଛି । ଫିଲ୍ମରେ ପରମବୀର ଚକ୍ର ବିଜେତା କ୍ୟାପଟେନ ବିକ୍ରମ ବତ୍ରାଙ୍କ ଜୀବନ ଏବଂ ଅକୁହା କାହାଣୀ ଅଟେ ।
An absolute honor to be able to paint the big screen with the shades of bravery & sacrifice.
Paying an ode to the journey of Captain Vikram Batra (PVC) and bringing the UNTOLD TRUE STORY with #Shershaah. Releasing 3rd July, 2020.@Advani_Kiara @vishnu_dir @karanjohar pic.twitter.com/RJ4qj0sNPQ— Sidharth Malhotra (@SidMalhotra) January 16, 2020
ଏହି ଫିଲ୍ମରେ ଅଭିନେତ୍ରୀ କିଆରା ଆଡଭାଣୀ ତାଙ୍କ ବିପକ୍ଷରେ ନଜର ଆସିବେ । ଏହି ଫିଲ୍ମରେ ବିକ୍ରମ ବତ୍ରାଙ୍କ ଗର୍ଲଫ୍ରେଣ୍ଡ ଡିମ୍ପଲ ଚିମାଙ୍କ ଭୂମିକାରେ ନଜର ଆସିବେ । ଏହି ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ବିଷ୍ଣୁ ବର୍ଧନ । ସିଦ୍ଧାର୍ଥ ଏବଂ କିଆରାଙ୍କ ବ୍ୟତୀତ ଏହି ଫିଲ୍ମରେ ପରେଶ ରାୱଲ , ହିମାଂଶୁ ମଲହୋତ୍ରା ଏବଂ ଜାବେଦ ଜାଫରୀ ମୁଖ୍ୟ ଭୂମିକାରେ ନଜର ଆସିବେ ।