ନିଜ ପିଲାମାନଙ୍କୁ ନେଇ ଏଭଳି ମନ୍ତବ୍ୟ ରଖିଲେ ଶାହରୁଖ ଖାନ!
ବଲିଉଡ୍ ଅଭିନେତା ଶାହାରୁଖ୍ ଖାନ୍ ଏବେ ଫିଲ୍ମଠାରୁ ନିଜକୁ ଦୂରରେ ରଖି ପରିବାର ସହ ସମୟ ବିତାଉଛନ୍ତି। ପ୍ରାୟ ବର୍ଷେ ହେଲାଣି ତାଙ୍କୁ କୌଣସି ଫିଲ୍ମରେ ଦର୍ଶକ ଦେଖି ନଥିବା ବେଳେ ଏ ପର୍ଯ୍ୟନ୍ତ ସେ ନିଜର ଆଗାମୀ ଫିଲ୍ମର ଘୋଷଣା କରିନାହାନ୍ତି। ଫିଲ୍ମ ନ କଲେ ମଧ୍ୟ ଅନେକ ରିୟାଲିଟି ସୋ’ରେ ତାଙ୍କୁ ଦେଖିବାକୁ ମିଳିଛି। କିଛି ଦିନ ତଳେ ସେ ରିୟାଲିଟି ସୋ’ ‘ଡ୍ୟାନ୍ସ ପ୍ଲସ’ରେ ପହଞ୍ଚିଥିଲେ। ସେଠାରେ ସେ ନିଜ କ୍ୟାରିୟର ଏବଂ ପରିବାରକୁ ନେଇ ଯେଉଁ ସବୁ କଥା କହିଥିଲେ, ତାହା ଉପସ୍ଥିତ ଦର୍ଶକଙ୍କୁ ପସନ୍ଦ ଆସିଥିଲା।
ସୋ’ର ଶାହାରୁଖ୍ କହିଥିଲେ, ଆମେ କେବେ ବି ହିନ୍ଦୁ-ମୁସଲମାନର କଥା କହିନାହୁଁ। ମୋ ପତ୍ନୀ ହିନ୍ଦୁ, ମୁଁ ମୁସଲମାନ ଓ ମୋ ପିଲାମାନେ ଭାରତୀୟ। ସୁହାନା ଛୋଟ ଥିବା ବେଳେ ତାକୁ ଏକ ଫର୍ମରେ ଧର୍ମ କ’ଣ ଭରିବାର ଥିଲା। ଏହା ଦେଖି ସେ ମୋତେ ଆମେ କେଉଁ ଧର୍ମର ବୋଲି ପଚାରିଥିଲେ। ଏହା ପରେ ମୁଁ ସ୍କୁଲର ଫର୍ମରେ, ଆମେ ଭାରତୀୟ। କୌଣସି ଧର୍ମ ନାହିଁ ଏବଂ ରହିବା କଥା ବି ନୁହେଁ ବୋଲି ଲେଖିଥିଲି। ଶାହାରୁଖଙ୍କ ଏଭଳି ବୟାନ ଆସିବା ପରେ ଏବେ ତାଙ୍କ ବୟାନକୁ ନେଇ ଚାରିଆଡ଼େ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
My wife is Hindu, I am a Muslim and my kids are Hindustan. My daughter was asked the religion in school form, I told her we are Indians 🇮🇳 ❤️ – The pride of India Shah Rukh Khan. #RepublicDayIndia #RepublicDay2020 pic.twitter.com/Qk95xxLT3j
— Neel Joshi (@neeljoshiii) January 25, 2020
ଶାହାରୁଖଙ୍କ ପେସାଦାର ଜୀବନକୁ ଦେଖିବାକୁ ଗଲେ, ସେ ଶେଷ ଥର ପାଇଁ ଫିଲ୍ମ ‘ଜିରୋ’ରେ ନଜର ଆସିଥିଲେ। ଏହି ଫିଲ୍ମରେ ତାଙ୍କ ସହ ନଜର ଆସିଥିଲେ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ କ୍ୟାଟ୍ରିନା କୈଫ୍। ତେବେ ଫିଲ୍ମ ବକ୍ସ ଅଫିସରେ ସେତେଟା ଭଲ ପ୍ରଦର୍ଶନ କରିପାରି ନଥିଲା। ଏହି ଫିଲ୍ମ ପରେ ଶାହାରୁଖ ନିଜର ଆଗାମୀ ଫିଲ୍ମର ଘୋଷଣା ଏପର୍ଯ୍ୟନ୍ତ କରିନାହାନ୍ତି।