ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ରେଖା କଲର୍ସର ପପୁଲାର ରିୟଲିଟି ଶୋ’ ‘ରାଇଜିଂ ଷ୍ଟାର-୨’ରେ ନଜର ଆସିବେ । ଏହି ସପ୍ତାହରେ ରେଖା ଗେଷ୍ଟ ଭାବେ ‘ରାଇଜିଂ ଷ୍ଟାର-୨’ ମଂଚରେ ଯୋଗ ଦେବେ । ସବୁଠାରୁ ବଡ କଥା ହେଉଛି ରେଖାଙ୍କୁ ଏହି ଶୋ’ରେ ଲାଇଭ ଦେଖିବାକୁ ମିଳିବ । ଖବର ଅନୁସାରେ ରେଖା ଶୋ’ରେ କେବଳ ଡ୍ୟାନ୍ସ ନୁହେଁ ଗୀତ ମଧ୍ୟ ଗାଇବେ ।
ଶୋ’ର ହୋଷ୍ଟ ରବି ଦୁବେ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଶୋ’ର ଏକ ଟ୍ରିଜର ଶେୟାର କରିଛନ୍ତି । ଏହି ପ୍ରମୋରେ ବଲିଉଡ ଦିବା ରେଖାଙ୍କୁ କ୍ଲାସିକାଲ ଅନ୍ଦାଜରେ ଦେଖିବାକୁ ମିଳିଛି । ଟ୍ରିଜରରେ ରେଖା ‘ଉମରାବ ଜାନ’ର ସୁପରହିଟ ଗୀତ ‘ଆଖୋଁ କି ମସ୍ତି…’ ଗାଉଥିବାର ନଜର ଆସିଛନ୍ତି । ଏହା ସହ ରେଖା ଏକ ଶାୟରୀ କହି ଶୋ’କୁ ଆସୁଥିବାର ସୂଚନା ଦେଉଛନ୍ତି ।
ରିପୋର୍ଟ ଅନୁସାରେ ରେଖାଙ୍କ ଏହି ଟ୍ରିଜର ଭିଡିଓ ସୋମବାର ସୁଟିଂ କରାଯାଇଛି । ଲାଇଭ ଶୋ’ରେ ରେଖା ପ୍ରତିଯୋଗୀମାନଙ୍କ ସହିତ ସ୍ପେଶାଲ ଆକ୍ଟ କରିବା ମଧ୍ୟ ଦେଖିବାକୁ ମିଳିବ । ରେଖା ଏହି ଶୋ’କୁ ବହୁତ ପସନ୍ଦ କରୁଛନ୍ତି ବୋଲି ଏକ ଇଣ୍ଟରଭ୍ୟୁରେ କହିବା ସହିତ ଶୋ’କୁ ଆସିବାର ସୂଚନା ଦେଇଥିଲେ ।