ବୈବାହିକ ଜୀବନରେ ସୁଖ-ଶାନ୍ତି ହ୍ରାସ ପାଉଛି କି ? ବେଡରୁମରେ ଲଗାନ୍ତୁ ରାଧା-କୃଷ୍ଣଙ୍କ ଫଟୋ
ବିଭିନ୍ନ ସମୟରେ ଆମେ ଅନେକ ଅସୁବିଧାରେ ପଡିଥାଉ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ଦୋଷ କାରଣରୁ ଏହି ଅସୁବିଧାକୁ ସାମ୍ନା କରିବାକୁ ପଡିଥାଏ । କେବଳ ଏତିକି ନୁହେଁ ଗ୍ରହ ଦୋଷ କାରଣରୁ ବୈବାହିକ ଜୀବନରେ ମଧ୍ୟ ଗଭୀର ପ୍ରଭାବ ପଡିଥାଏ । ଯଦି ଆପଣଙ୍କ ବୈବାହିକ ଜୀବନରେ ବିଭିନ୍ନ ଅସୁବିଧା ଦେଖାଦେଉଛି ତେବେ ଏହି ଉପାୟ ଅବଲମ୍ବନ କରନ୍ତୁ । ଏହା କରିବା ଦ୍ୱାରା ବୈବାହିକ ଜୀବନରୁ ଦୁର୍ଭାଗ୍ୟ ଦୂର ହୋଇଥାଏ ।
- ପ୍ରେମର ପ୍ରତିକ ରାଧା-କୃଷ୍ଣଙ୍କ ସୁନ୍ଦର ଫଟୋ ଶୋଇବା କକ୍ଷର କାନ୍ଥରେ ଲଗାନ୍ତୁ । ଯଦି ଲାଲ ରଙ୍ଗର ଫ୍ରେମ ଥାଏ ତେବେ ଏହା ଆହୁରି ଅଧିକ ଶୁଭଫଳ ଦେଇଥାଏ । ଏହା କରିବା ଦ୍ୱାରା ପତି-ପତ୍ନୀଙ୍କ ମଧ୍ୟରେ ସମ୍ପର୍କ ମଧୁର ହୋଇଥାଏ । ଏହା ସହିତ ଖରାପ ସମୟ ମଧ୍ୟ ଦୂର ହୋଇଥାଏ ।
- ଘରର ଯେଇଁ କାନ୍ଥରେ ରାଧା-କୃଷ୍ଣଙ୍କ ଫଟୋ ଲଗାଇଥିବେ ତାହାର ସାମ୍ନା କାନ୍ଥରେ ପତି-ପତ୍ନୀଙ୍କ ଫଟୋ ଲଗାନ୍ତୁ ।
- ରାଧା-କୃଷ୍ଣଙ୍କୁ ଅତୁଟ ପ୍ରେମର ପ୍ରତିକ କୁହାଯାଇଥାଏ । ଫଟୋ ଲଗାଇବା ବେଳେ ଧ୍ୟାନ ଦିଅନ୍ତୁ ଯେପରି ପ୍ରତ୍ୟେକ ସମୟରେ ଫଟୋ ଉପରେ ନଜର ପଡିବ । ଏପରି କରିବା ଦ୍ୱାରା ପତି-ପତ୍ନୀଙ୍କ ମଧ୍ୟରେ ପ୍ରେମ ବଢିବ ।
- ଧ୍ୟାନ ରଖନ୍ତୁ ଯେଉଁ ଫଟୋ ଆପଣ ବେଡ ରୁମରେ ଲଗାଇବାକୁ ଯାଉଛନ୍ତି ସେଥିରେ ଯେପରି ଗୋପିମାନେ ନଥିବେ ।
- ପ୍ରତ୍ୟେକ ସମୟରେ ଯଦି ପତି-ପତ୍ନୀ ଏହି ଫଟୋ ଦେଖିବେ ତେବେ ଦୁହିଁଙ୍କ ମଧ୍ୟରେ ମାନସିକ ଚିନ୍ତା କମ ହେବ । ଏହା ସହିତ ଭଲପାଇବା ଏବଂ ବିଶ୍ୱାସ ବଢିବ ।