Only for Entertainment

ଫାରୁଖ ଶେଖଙ୍କୁ ଜନ୍ମଦିନ ଅବସରରେ ଗୁଗଲ ଦେଲା ଉପହାର ।

amarujala
0 45

ଫାରୁଖ ଶେଖଙ୍କୁ ଜନ୍ମଦିନ ଅବସରରେ ଗୁଗଲ ଦେଲା ଡୁଡଲ ଜରିଆରେ ଏହି ବିଶେଷ ଉପହାର ।
ବିଗତ ଦିନର ପ୍ରସିଦ୍ଧ ଅଭିନେତା ଫାରୁଖ ଶେଖଙ୍କର ଆଜି ଜନ୍ମ ଦିବସ ଅଟେ । ୨୭ ଡିସେମ୍ବର ୨୦୧୩ରେ ହଠାତ ଦୁନିଆରୁ ବିଦାୟ ନେଇଥିବା ଏହି ଅଭିନେତା ଯଦି ଆଜି ଜୀବିତ ଥାଆନ୍ତେ ତେବେ ତାଙ୍କୁ ୭୦ବର୍ଷ ବୟସ ହୋଇଥାଆନ୍ତା । ୨୫ଡିସେମ୍ବର ୧୯୪୮ରେ ଗୁଜୁରାଟର ଅମରୋଲିରେ ଜନ୍ମଗ୍ରହଣ କରିଥିବା ଫାରୁଖଙ୍କୁ ଜନ୍ମ ଦିନ ଶୁଭେଚ୍ଛା ଜଣାଇବା ଲାଗି ଗୁଗଲ ନିଜର ଡୁଡଲ ବନାଇଛନ୍ତି ।

chashme baddoor

ନାଟ୍ୟସଂସ୍ଥା ‘ଇପ୍ଟା’ରେ ଅନେକ ବର୍ଷ ପର୍ଯ୍ୟନ୍ତ ସକ୍ରିୟ ରହିବା ପରେ ସେ ସିନେମା ଜଗତକୁ ଆସିଥିଲେ । ୭୦-୮୦ଦଶକରେ ଅନେକ ସିନେମାରେ ଚର୍ଚ୍ଚିତ ହୋଇଥିଲେ । ଫାରୁଖ କଲେଜ ପଡିବା ସମୟରେ ଥିଏଟରରେ ଅନେକ ଅଭିନୟ କରିଛନ୍ତି । ଅଭିନେତ୍ରୀ ସବାନା ଆଜ୍ମର ତାଙ୍କ ସହ ମଧ୍ୟ କଲେଜରେ ପଢୁଥିଲେ । ନାଟକରେ ଦୁହେଁ ଅଭିନୟ କରୁଥିଲେ । ଏହି ଯୋଡି ନାଟକ ‘‘ତୁମ୍ହାରି ଅମୃତା’ ’ ଅନେକ ସଫଳତା ହାସଲ କରିପାରିଥିଲା । ଫିଲ୍ମ ଦୁନିଆରେ ଫାରୁଖଙ୍କ ସହ ଦୀପ୍ତି ନବଲଙ୍କ ଯୋଡି ଖୁବ ହିଟ ରହିଥିଲା ।

farooque-deepti-1

ଫାରୁଖ ଜଣେ ପ୍ରତିଷ୍ଠିତ ଓଳିଲ ଥିଲେ । ତାଙ୍କ ମା ଜଣେ ଗୃହିଣୀ । ସେ ମୁମ୍ବାଇରେ ପାଠ ପଢୁଥିଲେ । ସେଠାରେ ମଧ୍ୟ ସେ ଅଭିନୟ ଖେଳ କୁଦରେ ରୁଚି ରଖିଥିଲେ

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More