ପ୍ରସ୍ତୁତ କରନ୍ତୁ ଦହି ମାଛ ।
ଆବଶ୍ୟକୀୟ ସାମଗ୍ରୀ :
ବଡ ମାଛ ଖଣ୍ଡ, ଦହି, ପିଆଜ, ଅଦା, ଲଙ୍କା, ଭୃସଙ୍ଗପତ୍ର, ହଳଦୀ ଗୁଣ୍ଡ, ଫୁଟଣ, ସୁଖିଲା ଲଙ୍କା, ଗରମ ମସଲା ଗୁଣ୍ଡ, ସୋରିଷ ତେଲ, ଲୁଣ।
ପ୍ରସ୍ତୁତ ପ୍ରଣାଳୀ:
ମାଛକୁ ଭଲ ଭାବେ ଧୋଇ ପରିଷ୍କାର କରି ଲୁଣ ହଳଦୀ ଗୋଳାଇ ଅଳ୍ପ ଭାଜି ଦିଅନ୍ତୁ। ବେଶୀ କଡା କରି ଭାଜିବେ ନାହିଁ। ଦହିରେ କଟା ପିଆଜ, ଅଦା, କଞ୍ଚାଲଙ୍କା ଓ ପିଆଜ ବଟା, ଲୁଣ ପକାଇ ଭଲ ଭାବେ ଗୋଳାଇ ରଖନ୍ତୁ। ଏହି ମିଶ୍ରଣରେ ଭଜା ମାଛ ପକାନ୍ତୁ।
ଅନ୍ୟ ଏକ କରେଇରେ ତେଲ ପକାଇ ଗରମ କରନ୍ତୁ। ତେଲ ଗରମ ହେବା ପରେ ଶୁଖିଲା ଲଙ୍କା ପକାଇ ଦହିମାଛକୁ ପକାଇ ଦିଅନ୍ତୁ। କମ୍ ଆଞ୍ଚରେ ମାଛକୁ କିଛି ସମୟ ଫୁଟାନ୍ତୁ। ପାଣି ବେଶୀ ଦେବେ ନାହିଁ। ଦହିମାଛ ଅଳ୍ପ ଫୁଟି ଆସିଲେ ସେଥିରେ ଗରମ ମସଲା ପକାଇ ଆଞ୍ଚରୁ କରେଇକୁ ଓହ୍ଲେଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଦହିମାଛ ତରକାରୀ।