ସାମଗ୍ରୀ-
ଗୁଡ- ୧୫୦ ଗ୍ରାମ
ପାଣି- ୧୧୦ ମିଲି
ଅଟା- ୪୦୦ ଗ୍ରାମ
ଘିଅ- ୬୦ ଗ୍ରାମ
ରାଶି- ୩୦ ଗ୍ରାମ
ତେଲ- ଛାଣିବା ପାଇଁ
ପ୍ରଣାଳୀ-
– ପ୍ରଥମେ ଏକ ପ୍ୟାନରେ ୧୫୦ ଗ୍ରାମ ଗୁଡ, ୧୧୦ ଗ୍ରାମ ପାଣି ପକାଇ ଗରମ କରନ୍ତୁ ଏହା ଯେପରି ଭଲଭାବେ ମିଶିଯିବ । ଏହାକୁ ବାହାର କରି ଅଲଗା ରଖିଦିଅନ୍ତୁ ।
– ଏହାପରେ ଏକ ବାଉଲରେ ୪୦୦ ଗ୍ରାମ ଅଟା, ୬୦ ଗ୍ରାମ ଘିଅ, ୩୦ ଗ୍ରାମ ରାଶି ଏବଂ ଗୁଡକୁ ପକାଇ ନରମ କରି ଚକଟି ଦିଅନ୍ତୁ । ଏବଂ ୨୦ ରୁ ୨୫ ମିନିଟ ଛାଡି ଦିଅନ୍ତୁ ।
– ବର୍ତ୍ତମାନ ଏହାକୁ ରୁଟି ଭଳି ବେଲନ୍ତୁ । କିନ୍ତୁ ଧ୍ୟାନ ରକନ୍ତୁ ମୋଟା କରି ବେଲିବେ ।
– ଏହାପରେ ସର୍କଲ ମୋଲ୍ଡ ସାହାଯ୍ୟରେ ଗୋଲ କରି ରଖନ୍ତୁ ।
– ଏହାପରେ କଢେଇରେ ତେଲ ଗରମ କରନ୍ତୁ । ତେଲ ଗରମ ହେବା ପରେ ବେଲିଥିବା ଅଟାକୁ ଛାଣନ୍ତୁ । ଗୋଲଡେନ ହେବା ପରେ ଏହାକୁ ତେଲରୁ କାଢନ୍ତୁ ।
– ପ୍ରସ୍ତୁତ ହୋଇଗଲା ଆପଣଙ୍କର ଅଟା କାକରା । ବର୍ତ୍ତମାନ ଏହାକୁ ସର୍ଭ କରନ୍ତୁ ଅଥବା ଥଣ୍ଡା ହେବା ପରେ ଏହାକୁ ଏୟାର ଟାଇଟ ଡବାରେ ରକନ୍ତୁ । ପରେ ମଧ୍ୟ ଏହାକୁ ଆପଣ ଖାଇପାରିବେ ।