ପ୍ରଥମେ ଏକ ପାତ୍ରରେ ୬୮୦ ଗ୍ରାମ ମାଛ,ଦେଢ ଚାମଚ ଧଳା ଗୋଲମରିଚ ଗୁଣ୍ଡ,ଅଧ ଚାମଚ ଲୁଣ,୧ ଚାମଚ ଲେମ୍ବୁ ରସ ପକାଇ ଭଲ ଭାବରେ ମିଶାନ୍ତୁ । ଏହାପରେ ପ୍ୟାନରେ ତେଲ ଗରମ କରି ମସଲାଯୁକ୍ତ ମାଛ ପକାଇ ଦୁଇ ପାଶ୍ୱର୍କୁ ଭଲ ଭାବରେ ଭାଜନ୍ତୁ ।
ଅନ୍ୟ ଏକ ପ୍ୟାନରେ ଦୁଇ ଚାମଚ ତେଲ ଗରମ କରି ୧ ଚାମଚ ରସୁଣ ଓ ଦେଢ ଚାମଚ ଅଦା ପକାଇ ଭଲ ଭାବରେ ଭାଜନ୍ତୁ । ଏହାପରେ ଏଥିରେ ୧୧୦ ଗ୍ରାମ ପିଆଜ ପକାଇ ଭଲ ଭାବରେ ଭାଜନ୍ତୁ । ଏହାପରେ ୧ ଚାମଚ ଜିରା ଗୁଣ୍ଡ,୧ ଚାମଚ ଲଙ୍କା ଗୁଣ୍ଡ ଓ ୧ ଚାମଚ ଲୁଣ ପକାନ୍ତୁ । ଏହାପରେ ୪୦୦ ଗ୍ରାମ ଟମାଟୋ ପ୍ୟୁରି ପକାଇ ଭଲଭାବରେ କଷନ୍ତୁ । ଏହାପରେ ୧୧୦ ଗ୍ରାମ ମେଥି ପତ୍ର ପକାନ୍ତୁ ଓ ୧୦୦ ଗ୍ରାମ ଜଳ ପକାଇ ଫୁଟାନ୍ତୁ । ଏହାପରେ ରଖିଥିବା ମାଛକୁ ପକାଇ ୨ରୁ ୩ ମିନିଟ ପର୍ଯ୍ୟନ୍ତ କମ ଆଂଚରେ ବସାନ୍ତୁ । ଏହିଭଳି ପ୍ରସ୍ତୁତ କରନ୍ତୁ ମେଥି ମାଛ ।