ବିଗ ବି ଲୁଚି ଦେଖୁଥିଲେ ରେଖାଙ୍କ ସ୍ପେଶାଲ ଏପିସୋଡ !
ବଲିଉଡ ଅଭିନେତ୍ରୀ ରେଖା ଲାଇଭ ସିଂଗିଗ୍ ସୋ ‘ରାଇଜିଂ ଷ୍ଟାର୍ସ’ରେ ପହଂଚିଛନ୍ତି । ଏଠାରେ ତାଙ୍କର ଲୁକ ପୁଣିଥରେ ସମସ୍ତଙ୍କୁ ଦିୱାନା କରିଦେଇଛି । ରେଖା ଯେବେ ବି କୌଣସି ଟିଭି ସୋରେ ନଜର ଆସନ୍ତି ଧମାକା ମଚାଇ ଦିଅନ୍ତି । ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ରେଖା ନିଜର ଯାଦୁ ବିଛାଇଥିଲେ ।
ରେଖା ସ୍ପେଶାଲ ଏପିସୋଡରେ ଭାଗ ନେଇଥିବା ପ୍ରତିଯୋଗୀ ମାନେ ସଦାବାହାର ଗୀତ ଗାଇଥିଲେ ଏବଂ ତାଙ୍କର ମନ ପସନ୍ଦର ଡାଏଲଗ ମଧ୍ୟ କହିଥିଲେ । ସମସ୍ତେ ମିଶି ମାହୋଲକୁ ରଂଗୀନ କରିଥିଲେ । ସିଙ୍ଗର ମାନେ ଗାଉଥିଲେ ଏବଂ ରେଖା ସେମାନଙ୍କ ଗୀତର ଖୁବ ମଜା ନେଇ ଡ୍ୟାନ୍ସ ଷ୍ଟେପ କରୁଥିଲେ ।
ରାଇଜିଂ ଷ୍ଟାରର ଅନେକ ମୂହୁର୍ତ୍ତ ପରେ ‘ସିମ୍ପଲି’ର ଚର୍ଚ୍ଚା ହୋଇଥିଲା । ଏହି ଶବ୍ଦ ସମସ୍ତଙ୍କ ମୁହଁରେ ଚାଲିଥାଏ । ସବୁଠାରୁ ମଜାଦାର କଥା ହେଉଛି ଏହି ଶବ୍ଦ ବିଷୟରେ ବିଗ ବି ମଧ୍ୟ ଜାଣିଥିଲେ । ଏହି ସୋ’ର କିଛି ମୂହୁର୍ତ୍ତ ପରେ ସେ ଏକ ଟ୍ୱିଟ ଲେଖିଥିଲେ । ଏହାକୁ ଦେଖି ଲାଗୁଥିଲା ଯେପରି ସେହି ସ୍ପେଶାଲ ଏପିସୋଡ ବିଗ ବି ଦେଖୁଥିଲେ । ଏହି ସୋ ୯-୧୧ଟା ପର୍ଯ୍ୟନ୍ତ ଦିଏ । ବିଗ ବି ଟ୍ୱିଟ ୧୦.୫୪ଟାରେ କରିଛନ୍ତି ।