ଅପ୍ରେଲ ୧, ୧୯୩୬ ମସିହାରେ ଓଡିଶା ଯେତେବେଳେ ପ୍ରଥମଥର ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପ୍ରାପ୍ତ କରିଥିଲା ସେହି ସମୟରେ ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତ ରଚନା କରାଯାଇଥିଲା । ଏହି ଦେଶାତ୍ମବୋଧ ସଂଗୀତକୁ ରଚନା କରିଥିଲେ କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର ।
ଏହା ରାଜ୍ୟ ସଂଗୀତ ଭାବେ ପରିଚିତ । ଏହି ବନ୍ଦେ ଉତ୍କଳ ଜନନୀ ସଂଗୀତରେ ଓଡିଶାର ଗର୍ବ ଏବଂ ଗୌରବକୁ ଦର୍ଶାଯାଇଛି ।
ତେବେ ଉତ୍କଳ ଦିବସ ଉପଲକ୍ଷେ ଟ୍ୟୁନ ଓଡିଶା ତରଫରୁ ଏକ ମ୍ୟୁଜିକ ଆଲବମ ପ୍ରସ୍ତୁତ କରାଯାଇଛି । ଏହି ସଂଗୀତରେ କଣ୍ଠଦାନ ଦେଇଛନ୍ତି ଲେଜେଣ୍ଡାରୀ କଣ୍ଠଶିଲ୍ପୀ ଶ୍ରୀମତୀ ତୃପ୍ତି ଦାସ ।
ରତିକାନ୍ତ ଶତପଥୀଙ୍କ କନସେପ୍ଟ ଦ୍ୱାରା ନିର୍ମିତ ହୋଇଛି ଏହି ମ୍ୟୁଜିକ ଆଲବମ । ଏଥିରେ ଭିଜୁଆଲ ଡିରେକ୍ସନ ଏବଂ ଏଡିଟିଂଗ କାର୍ଯ୍ୟ ଜ୍ୟୋତି ଶଙ୍କର ତୁଲାଇଥିବା ବେଳେ ମ୍ୟୁଜିକ ଆରେଞ୍ଜମେଂଟ ଏବଂ ସାଉଣ୍ଡ ଇଂଜିନିୟରଙ୍କ କାମ ତୁଲାଇଛନ୍ତି ନିତ୍ୟ ଶ୍ରୀରଞ୍ଜନ ।