‘ୟମଲା ପଗଲା ଦିୱାନା ଫିର ସେ’ରେ ଦେଖିବାକୁ ମିଳିବ ସୋନାକ୍ଷୀଙ୍କୁ !
ସନି-ବବିଙ୍କ ଫିଲ୍ମରେ ସାନାକ୍ଷିଙ୍କର ହେବ ଦମଦାର ଏଂଟ୍ରି । ଆଗାମୀ ଫିଲ୍ମ ୟମଲା ପଗଲା ଦିୱାନା-ଥ୍ରୀରେ ସ୍ଥାନ ପାଇବ ସୋନାକ୍ଷିଙ୍କ ଏକ ସ୍ପେଶାଲ ଡାନ୍ସ ନମ୍ବର । ଅନେକ ଦିନ ପରେ ଆଇଟମ୍ ଡ୍ୟାନ୍ସର ଜଲୱା ଦେଖାଇବେ ସୋନା । ନିଜର ଏହି ଆଇଟମ୍ ଗୀତ ପାଇଁ ଖୁବ ଏକ୍ସାଇଟେଡ ଅଛନ୍ତି ସୋନାକ୍ଷୀ । ଆପଣଙ୍କୁ କହି ରଖୁଛୁ କି ଏହି ଫିଲ୍ମରେ ସଲମାନ ଖାନଙ୍କୁ ମଧ୍ୟ ଏକ ଖାସ୍ ରୋଲ୍ରେ ଦେଖିବାକୁ ମିଳିବ ।
ଏକ ସାକ୍ଷାତକାରରେ ସୋନାକ୍ଷୀ ଏହି ସମ୍ପର୍କରେ କହିଥିଲେ । ଏଭଳି ବଡ ବଡ ପ୍ରତିଷ୍ଠାବାନ କଳାକାରଙ୍କ ସହ ଅଭିନୟ କରିବାକୁ ଯାଉଥିବାରୁ ସେ ନିଜକୁ ଧନ୍ୟ ମନେ କରୁଥିବା ସାକ୍ଷାତକାରରେ ଜଣାଇଛନ୍ତି ।
ନିକଟରେ ସେ ଏକ ଫ୍ୟାଶନ ସୋ ମୁମ୍ବାଇ ଟାଇମ ଫ୍ୟାଶନ ସପ୍ତାହରେ ଯୋଗ ଦେଇଥିଲେ ଏବଂ ସେଠାରେ ତାଙ୍କ ର୍ୟାମ୍ପ ସମ୍ପର୍କରେ ଅନେକ କଥା ବଖାଣିଥିଲେ ।