ନୂଆ ଶୋ’ର ସଙ୍କେତ ଦେଲେ କମେଡିଆନ ସୁନିଲ ଗ୍ରୋଭର ।
କପିଲ ଶର୍ମା ତାଙ୍କ ନୂଆ ଶୋ ମାଧ୍ୟମରେ ଟିଭି ପରଦାକୁ କମବ୍ୟାକ କରି ସାରିଛନ୍ତି । ଏବେ ସୁନିଲ ମଧ୍ୟ ଡିଜିଟାଲ ଶୋ ମାଧ୍ୟମରେ ସିଳ୍ପା ସିନେ୍ଧଙ୍କ ସହିତ ନଜର ଆସିବେ । ପୂର୍ବ କ୍ରିକେଟର କପିଲ ଦେବ ଏବଂ ବୀରେନ୍ଦ୍ର ସେହୱାଗ ମଧ୍ୟ ନଜର ଆସିବେ । ସୁନିଲ ଇଂଟରନେଟରେ ଧୋନୀଙ୍କ ସହିତ ଏକ ଫଟୋ ସେୟାର କରିଛନ୍ତି ।
ସୁନିଲ ତାଙ୍କର ଆଗାମୀ ଶୋ’ର ସୁଟିଂ ଚେନ୍ନାଇରେ କରିଛନ୍ତି । ତେବେ ସେ ତାଙ୍କର ଆଗାମୀ ଶୋ’ର ପ୍ରମୋଶନ କରୁଥିବାର ନଜର ଆସିଛନ୍ତି । ତେଣୁ ସେ ଏହି ଫଟୋ ସେୟାର କରିଛନ୍ତି । ଏଥିରେ ସୁନିଲ ଏ ନୂଆ ଅନ୍ଦାଜରେ ନଜର ଆସିଛନ୍ତି ।
ଏପର୍ଯ୍ୟନ୍ତ ସୁନିଲଙ୍କ ନୂଆ ଶୋ’ର ନାମ ବିଷୟରେ କୌଣସି ସୂଚନା ମିଳିନାହିଁ । କିନ୍ତୁ ନିଶ୍ଚିତ ଭାବରେ ଜଣାପଡ଼ୁଛି ଏହା ଏକ କମେଡି ଶୋ । ଏହାକୁ କପିଲ ଶର୍ମାଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ପ୍ରୀତି ସିମୋନ ତାଙ୍କ ଭଉଣୀ ନୀତି ସିମୋନଙ୍କ ସହିତ ପ୍ରଡ୍ୟୁସ କରିବେ । କ୍ରିକେଟ ଏବଂ କମେଡିର ଏହି ନୂଆ ଶୋ ଖୁବ ମଜାଦାର ହେବ ବୋଲି ଆଶ କରାଯାଉଛି । ଏହି ଶୋ’ରେ ସୁନିଲ ଗ୍ରୋଭର କମେଡି କିଙ୍ଗଙ୍କୁ ଟକ୍କର ଦେବେ ।