ବିଗ ବସରେ ନିଜ ଲଭ ଲାଇଫକୁ ସମସ୍ତଙ୍କ ସାମ୍ନାକୁ ଆଣିଥିବା ହିନା ଖାନ ଏବେ ବଏଫ୍ରେଣ୍ଡ ରକିଙ୍କ ସହିତ ଅଧିକ ସମୟ ବିତାଉଥିବା ନଜର ଆସିଛି । ବାସ୍ତବରେ ଦୁଇଜଣ ଏକ ଫଙ୍କସନରେ ପହଂଚିଥିଲେ । ଦୁଇଜଣ ୧୯୬୫ର ହିଟ ଫିଲ୍ମ ବ୍ତ କେ ସଦାବହାର ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସିଛି । ଦୁଇଜଣଙ୍କ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।
ଭିଡିଓରେ ଦୁଇଜଣଙ୍କ କେମେଷ୍ଟ୍ରି ଖୁବ ସୁନ୍ଦର ହୋଇଛି । ରକି ଫିଲ୍ମ ଅନ୍ଦାଜରେ ହିନାଙ୍କୁ ଏହି ଗୀତ ଡେଡିକେଟ କରିଛନ୍ତି । ଖବର ମୁତାବକ କିଛି ଦିନ ପୂର୍ବରୁ ଏହି ଦୁଇଜଣ ଦୁବାଇରେ ଛୁଟି କଟାଉଥିବା ନଜର ଆସିଥିଲେ ।