ସର୍ଜରୀ ପରେ ଘରେ ପହଂଚିଲେ ଏହି ଅଭିନେତା !
ହଲିଉଡ ମହାନ ଅଭିନେତା ଅର୍ନୋଲ୍ଡ ଶ୍ୱାର୍ଜନେଗର ନିଜର ଟୋନ୍ଡ ଶରୀର ପାଇଁ ପରିଚିତ । କିଛି ଦିନ ତଳେ ସେ ତାଙ୍କର ହାର୍ଟର ସର୍ଜରୀ କରିଥିଲେ, ମାତ୍ର ତାଙ୍କ ପ୍ରଶଂସକ ମାନଙ୍କ ପାଇଁ ଏକ ଖୁସି ଖବର । ଖବର ଏହା ଯେ ଅର୍ନୋଲ୍ଡ ସର୍ଜରୀ ପରେ ଘରକୁ ଫେରିଛନ୍ତି । ସେ ଏହି ସର୍ଜରୀ ପାଇଁ ଅନେକ ଦିନ ହେବ ହସ୍ପିଟାଲରେ ଭର୍ତ୍ତି ଥିଲେ ।
ଅର୍ନୋଲ୍ଡଙ୍କୁ ଏବେ ହସ୍ପିଟାଲରୁ ଡିସ୍ଚାର୍ଜ ହେବା କଥା ତାଙ୍କ ପାଶ୍ୱ ସୂତ୍ରରୁ ପ୍ରକାଶ ପାଇଛି । ଏହା ତାଙ୍କ ପାଖ ଲୋକ ଟ୍ୱିଟର ଜରିଆରେ ଜଣାଇଛନ୍ତି । ଏହି ତଥ୍ୟ ଶୁକ୍ରବାର ଦିନ ସେ ଦେଇଥିଲେ । ସେ ହେଉଛନ୍ତି ଡାନିଏଲ କେଚେଲ । ସେ ତାଙ୍କ ଦ୍ୱିତୀୟ ପୋଷ୍ଟରେ ଲେଖିଛନ୍ତି ଯେ ତାଙ୍କ ଅପଡେଟ ପରେ ସେ ଘରକୁ ପଳାଇଥିଲେ ମାତ୍ର ଏବେ ସେ ଘରେ ସେ ଉତ୍ସାହର ସହ ସମୟ ବିତାଉଛନ୍ତି ।
ଆପଣଙ୍କ ଜାଣିବା ପାଇଁ ଏଠାରେ ଆମେ କହି ରଖୁଛୁ ଯେ ଲକ୍ଷଲକ୍ଷ କୋଟି କୋଟି ଲୋକଙ୍କ ଆଇଡଲ ଅଟନ୍ତି ଅର୍ନୋଲ୍ଡ ଏବଂ ତାଙ୍କୁ ବର୍ତ୍ତମାନ ୭୦ବର୍ଷ ବୟସ ।
ପୂର୍ବ ବର୍ଷ ସେ ଲସଏଞ୍ଜେଲସର ଏକ ହସ୍ପିଟାଲରେ ତାଙ୍କର ଅପରେସନ କରାଇଥିଲେ । ଡକ୍ଟରଙ୍କ କହିବା ମୁତାବକ ଅପରେସନ ପରେ ଅର୍ନୋଲ୍ଡ କହିଥିଲେ ସେ ଫେରି ଆସିଛନ୍ତି । ଆଶା କରାଯାଉଛି ଯେ ଖୁବ ଶୀଘ୍ର ସେ ପ୍ରଶଂସକଙ୍କୁ ଭେଟିବେ ।