ଫ୍ରାଇଡେ ରିଲିଜରେ ପରଦାକୁ ଆସିଛି ଦୁଇଟି ଓଡିଆ ଫିଲ୍ମ
ଆଜି ପରଦାକୁ ଆସୁଛି ଦୁଇଟି ନୂଆ ଓଡ଼ିଆ ସିନେମା । ଏଥିମଧ୍ୟରୁ ଗୋଟିଏ ହେଲା ‘ଦିଓ୍ଵାନା ହେଲି ତୋ’ ପାଇଁ’ । ଅଶୋକ କୁମାର ଦାସ ଏହାର ପ୍ରଯୋଜକ ଏବଂ ଜଣାଶୁଣା ଅଭିନେତା- ନିର୍ଦ୍ଦେଶକ ଶ୍ରୀତମ୍ ଦାସ ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ବହନ କରିଛନ୍ତି । ସେ ଏହାର କାହାଣୀ ବି ଲେଖିଛନ୍ତି । ଏଥିରେ ସିଦ୍ଧାନ୍ତ ମହାପାତ୍ର, ରୀୟା ଦେ, ଅମର ଗୁଡୁ, ଶ୍ରୀତମ ଦାସ, ଦେବୁ ପଟ୍ଟନାୟକ, ଉଷଶ୍ରୀ ମିଶ୍ର ପପୁ ପମପମ୍ ଓ ନବାଗତ ମୁନ୍ନା ମୁଖ୍ୟ ଭୂମିକାରେ ଅଛନ୍ତି । ରଣଜିତ ପଟ୍ଟନାୟକ ଏହାର ସଂଳାପକାର ଏବଂ ଅଭିଜିତ ମଜୁମଦାର ସଙ୍ଗୀତ ନିର୍ଦ୍ଦେଶକ।
ଅନ୍ୟ ସିନେମା ହେଲା ‘ଓଲେ ଓଲେ ଦିଲ ବୋଲେ’ । ବିଭୂତି ଭୂଷଣ ଷଡଙ୍ଗୀ ଏହାର ପ୍ରଯୋଜକ ଏବଂ କୈଳାସ ମହାପାତ୍ର ନିର୍ଦ୍ଦେଶକ। ଏଥିରେ ସିଦ୍ଧାନ୍ତ,ଜ୍ୟୋତି,ଝିଲିକ୍, ମିହିର ଦାସ ଏବଂ ଚୌଧୁରୀ ବିକାଶ ଦାସ ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ପ୍ରେମ ଆନନ୍ଦ ଏହାର ସଙ୍ଗୀତ ନିର୍ଦ୍ଦେଶକ।