Only for Entertainment

ମୃତ୍ୟୁର ଦୁଇ ମାସ ପରେ ମିଳିଥିଲା ଚାର୍ଲି ଚାପଲିନଙ୍କ କବର !

the wire
0 47

ନିଜ ଅଭିନୟର ଯାଦୁରେ ଲୋକଙ୍କୁ ହସାଉଥିବା ଚାର୍ଲି ଚାପଲିନଙ୍କର ଆଜି ଜନ୍ମ ଦିବସ ଅଟେ । ତାଙ୍କର ଜନ୍ମ ୧୬ଅପ୍ରେଲ ୧୮୮୯କୁ ହୋଇଥିଲା । ଆସନ୍ତୁ ଜାଣିବା ତାଙ୍କ ଜୀବନ ସହ ଜଡିତ କିଛି କଥା ଯେଉଁ ବିଷୟରେ ହୁଏତ ଆପଣ ଅବଗତ ନୁହଁନ୍ତି ।

ଚାପଲିନଙ୍କ ଜନ୍ମ ୧୬ ଅପ୍ରେଲରେ ହୋଇଥିବା ବେଳେ ହିଟଲରଙ୍କ ଜନ୍ମ ୨୦ଅପ୍ରେଲ ୧୮୮୯ରେ ହୋଇଥିଲା । ଚାପଲିନ ହିଟଲରଙ୍କ ଠାରୁ ୪ର୍ଷ ବଡ ଥିଲେ ।

ଚାର୍ଲି ଚାପଲିନଙ୍କର ୪ଜଣ ପତ୍ନୀ ଏବଂ ୧୧ଜଣ ଶିଶୁ ଥିଲେ । ୨୫ଡିସେମ୍ବର ୧୯୭୭ରେ ଯେତେବେଳେ ତାଙ୍କୁ ୮୮ବର୍ଷ ହୋଇଥିଲା ତାଙ୍କର ମୃତ୍ୟୁ ହୋଇଥିଲା । ଚାଲିଁଙ୍କ ମୃତ୍ୟୁର ୨ମାସ ପରେ ତାଙ୍କର କବର ଖାଲି ମିଳିଥିଲା । ଯାଂଚରୁ ଜଣା ପଡିଥିଲା ତାଙ୍କର କଫିନକୁ ଚୋରାଇ ନିଆଯାଇଛି ଏବଂ ଚୋର ମାନେ ଏହି କଫିନକୁ ଫେରାଇବା ଲାଗି ୬,୦୦,୦୦୦ଟଙ୍କାର ସର୍ତ ରଖିଥିଲେ । ମାତ୍ର ତାଙ୍କ ପତ୍ନୀ ଏହି ଟଙ୍କା ଦେବା ପାଇଁ ମନା କରିଦେଇଥିଲେ ଏବଂ ଚାର୍ଲି ତାଙ୍କ ହୃଦୟ ଏବଂ ସ୍ୱର୍ଗରେ ଅଛନ୍ତି ବୋଲି କହିଥିଲେ ।

ଖବର ମୁତାବକ ଚାର୍ଲି ନିଜ ମୁହଁରେ ସ୍ୱୀକାର କରିଥିଲେ କି ତାଙ୍କର ୨୦୦୦ରୁ ଅଧିକ ମହିଳାଙ୍କ ସହ ସମ୍ପର୍କ ଥିଲା । ଚାର୍ଲି ମହିଳାଙ୍କ ଉପରେ ବିଶ୍ୱାସ କରୁନଥିଲେ । ଚାର୍ଲିଙ୍କ କହିବା ଅନୁସାରେ ମଣିଷର ଅସଲି ଚରିତ୍ର କେବଳ ନିଶା ହେଲା ପରେ ହିଁ ଜଣା ପଡିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More