ସଲମାନଙ୍କ ପରେ ଅଭିଷେକଙ୍କ ସହିତ ନଜର ଆସିବେ ପ୍ରିୟଙ୍କା, ୧୩ ବର୍ଷ ଝିଅର ରିୟଲ ଲାଇଫ ଉପରେ ନିର୍ମାଣ ହେବ ଫିଲ୍ମ
ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସଲମାନ ଖାନଙ୍କ ଫିଲ୍ମ ‘ଭାରତ’ରେ ଲିଡ ରୋଲରେ ନଜର ଆସିବେ । ଏହାର ସୁଟିଂ ମଧ୍ୟ ଆରମ୍ଭ ହୋଇଯାଇଛି । ନିକଟରେ ସଲମାନଙ୍କ ପରେ ପ୍ରିୟଙ୍କା ଅଭିଷେକ ବଚ୍ଚନଙ୍କ ସହିତ ବଡ ପରଦାରେ ନଜର ଆସିବେ । ଅଭିଷେକ ଏବଂ ପ୍ରିୟଙ୍କା ଉଭୟ ଦୁଇ ବର୍ଷ ପରେ ପରଦାକୁ ଫେରୁଛନ୍ତି ।
ଖବର ଅନୁସାରେ ଦୁହିଁଙ୍କ ଆଗାମୀ ଫିଲ୍ମରେ ୧୩ବର୍ଷର ଝିଅ ଆୟେଶା ଚୌଧୁରୀଙ୍କ କାହାଣୀକୁ ଦର୍ଶା ଯିବ । ଆୟୋଶା ଗୁରୁଗ୍ରାମର ମୋଟିଭେସନାଲ ସ୍ପିକର ଯାହାଙ୍କର ୨୦୧୫ରେ ନିଧନ ହୋଇଯାଇଥିଲା ।
ଆୟେଶା ଇମ୍ୟୁନ ଡେଫିସିଅନ୍ସି ସମସ୍ୟାରେ ଥିଲେ ଏହା ପରେ ମଧ୍ୟ ସେ ଅନେକ ଜଣା ଶୁଣା ଟକ ଶୋ’ରେ ନିଜର ସ୍ପିଚ ଦେଇଥିଲେ ।
ଖବର ଅନୁସାରେ ଅଭିଷେକ ଏବଂ ପ୍ରିୟଙ୍କା ଫିଲ୍ମରେ ଆୟେଶାଙ୍କ ପ୍ୟାରେଣ୍ଟସ ଭୂମିକାରେ ନଜର ଆସିବେ । କହିରଖୁଛୁ ଯେ ଦୁହେଁ ଶେଷଥର ପାଇଁ ୨୦୦୮ରେ ରିଲିଜ ହୋଇଥିବା ଫିଲ୍ମ ‘ଦୋସ୍ତାନା’ରେ ଏକାଠି ନଜର ଆସିଥିଲେ ।