‘ଭାବେଶ ଯୋଶୀ ସୁପର ହିରୋ’ର ପୋଷ୍ଟର ରିଲିଜ, ଅନିଲ କପୁରଙ୍କ ପୁଅ ହର୍ଷବର୍ଦ୍ଧନ ଲିଡ ରୋଲରେ ଆସିବେ ନଜର ।
ହର୍ଷବର୍ଦ୍ଧନ କପୁରଙ୍କ ଅଭିନିତ ୨ୟ ଫିଲ୍ମ ବର୍ତମାନ ରିଲିଜ ଅପେକ୍ଷାରେ । ‘ଭାବେଶ ଯୋଶୀ ସୁପର ହିରୋ’ ଟାଇଟେଲରେ ନିର୍ମିତ ହୋଇଛି ଏହି କମେଡି ଫିଲ୍ମ । ବର୍ତମାନ ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ ହୋଇଛି । ହର୍ଷବର୍ଦ୍ଧନଙ୍କ ପ୍ରଥମ ଫିଲ୍ମ ‘ମିର୍ଜିୟାଁ’ ଫ୍ଲପ ହେବା ଯୋଗୁଁ ୨ୟ ଫିଲ୍ମକୁ ନେଇ ସେ ବେଶ ଆଶାବାଦୀ ଅଛନ୍ତି ।
‘ଭାବେଶ ଯୋଶୀ ସୁପର ହିରୋ’ ଏକ ଯୁବକର କାହାଣୀ । ଫିଲ୍ମର ସୁଟିଂ ମୁମ୍ବାଇର ୟୁନିକ ଲୋକେସନରେ କରାଯାଇଛି । ଫିଲ୍ମଟି ମେ ୨୫ରେ ରିଲିଜ ହେବ । ବିକ୍ରମାଦିତ୍ୟ ମୋଟବାନୀ ଏହାର ନିର୍ଦ୍ଦେଶକ ଅଛନ୍ତି । ନିର୍ଦ୍ଦେଶକ ବିକ୍ରମାଦିତ୍ୟ ମୋଟବାନୀଙ୍କ କହିବା ଅନୁସାରେ ସେ ହର୍ଷଙ୍କ ସହିତ ଫିଲ୍ମ୍ କରିଥିବାରୁ ଖୁସି ଅଛନ୍ତି । ଏବଂ ତାଙ୍କ ସହିତ କାମ କରିବା ଖୁବ ମଜାଦାର ଥିଲା ।
ଉଲ୍ଲେଖଯୋଗ୍ୟ ଯେ, ହର୍ଷବର୍ଦ୍ଧନ ବଲିଉଡର ପ୍ରସିଦ୍ଧ ଅଭିନେତା ଅନିଲ କପୁରଙ୍କ ପୁଅ । ହର୍ଷବର୍ଦ୍ଧନଙ୍କ ଏହା ହେଉଛି ଦ୍ୱିତୀୟ ଫିଲ୍ମ । ଏହା ପୂର୍ବରୁ ସେ ୨୦୧୬ରେ ‘ମର୍ଜିୟାଁ’ରେ ବଲିଉଡ ଡେବ୍ୟୁ କରିଥିଲେ । କିନ୍ତୁ ଏହା ଦର୍ଶକଙ୍କୁ ପସନ୍ଦ ଆସିନଥିଲା ।
ଏବେ ଦେଖିବାକୁ ବାକି ରହିଲା ‘ଭାବେଶ ଯୋଶୀ ସୁପର ହିରୋ’ ବକ୍ସ ଅଫିସରେ କେତେ କମାଲ କରିପାରୁଛି ।