ସକାଳ ଜଳଖିଆରେ ପ୍ରସ୍ତୁତ କରନ୍ତୁ ଏଗଲେସ ଟମାଟୋ ଅମଲେଟ ।
ଆବଶ୍ୟକୀୟ ସାମଗ୍ରୀ- ବେସନ,ଛୋଟ କଟା ଟମାଟୋ,ପିଅଜ,କଟା ଅଦା,କଂଚା ଲଙ୍କା,ଧନିଆ ପତ୍ର,ଲଙ୍କା ଗୁଣ୍ଡ,ହେଙ୍ଗୁ,ହଳଦୀ,ଗରମ ମସଲା ଗୁଣ୍ଡ,ଲୁଣ,ତେଲ ଓ ଆବଶ୍ୟକୀୟ ଜଳ ।
ପ୍ରସ୍ତୁତି ପ୍ରଣାଳୀ- ଏକ ବଡ଼ ବାଉଲରେ ବେସନ,ଟମାଟୋ,ପିଆଜ,ଧନିଆ ପତ୍ର ଓ ଅଦା ମିଶାନ୍ତୁ । ଏହାପରେ ହେଙ୍ଗୁ,ହଳଦୀ,ଲଙ୍କା ଗୁଣ୍ଡ,ଗରମ ମସଲା ଓ ଆବଶ୍ୟକୀୟ ଲୁଣ ପକାନ୍ତୁ । ଜଳ ପକାଇ ଭଲ ଭାବରେ ମିଶାନ୍ତୁ ଓ ଏକ ବ୍ୟାଟର ପ୍ରସ୍ତୁତ କରନ୍ତୁ ।
ଏହାପରେ ପ୍ୟାନ ଗରମ କରି କିଛି ତେଲ ପକାନ୍ତୁ ଓ ଅମଲେଟ ତିଆରି କରିବା ଭଳି ଏହାକୁ ମଧ୍ୟ ପ୍ରସ୍ତୁତ କରନ୍ତୁ । ଏହି ସମୟରେ ଅମଲେଟ ଉପରେ କିଛି ତେଲ ମଧ୍ୟ ଛିଂଚି ପାରିବେ । ଏହିଭଳି ପ୍ରସ୍ତୁତ କରନ୍ତୁ ଏଗଲେସ ଅମଲେଟ । ଏହାକୁ ଟମାଟୋ ସସ ସହିତ ସର୍ଭ କରିପାରିବେ ।