ପତି ମୋହିତ ସୁରୀଙ୍କ ଜାସୁସୀ କରିଥିଲେ ଉଦିତା ଗୋଶ୍ୱାମୀ, ପୋଲିସ ଜାଂଚରୁ ସାମ୍ନାକୁ ଆସିଲା ସତ୍ୟ
ବଲିଉଡ ଅଭିନେତ୍ରୀ ଉଦିତା ଗୋଶ୍ୱାମୀ ନିଜ ପତି ବା ନିର୍ଦ୍ଦେଶକ ମୋହିତ ସୁରୀଙ୍କ ଜାସୁସୀ କରୁଥିବା ଖବର ସାମ୍ନାକୁ ଆସିଛି । କଲ ଡିଟେଲ ରେକର୍ଡ (ସିଡିଆର) ମାସଲାରେ ପୋଲିସ ବର୍ତ୍ତମାନ ଜାଂଚ କରୁଥିବା ବେଳେ ବୁଧବାର ପୋଲିସ ଉଦିତାଙ୍କ ବୟାନ ରେକର୍ଡ କରିଛି । ପୋଲିସର ଜାଂଚରୁ ସୂଚନା ମିଳିଛି ଯେ ଉଦିତା ନିଜ ପତି ମୋହିତ ସୁରୀଙ୍କ କଲ ଡିଟେଲ ବାହାର କରିଥିଲେ ।
ଖବର ଅନୁସାରେ ବୟାନ ଦେବା ପାଇଁ ଉଦିତା ପତି ମୋହିତ ସୁରୀଙ୍କ ସହିତ ଠାଣେ ସ୍ଥିତ ପୋଲିସ କ୍ରାଇମ ବ୍ରାଞ୍ଚରେ ୟୁନିଟ ୧ରେ ପହଁଚିଥିଲେ । ସୂଚନା ଅନୁସାରେ ୨୦୧୪ରେ ଉଦିତାଙ୍କ ଓକିଲ ତାଙ୍କୁ ମୋହିତଙ୍କ କଲ ଡିଟେଲ ବାହାର କରି ଦେଇଥିଲେ ।
ଠାଣେ ବ୍ରାଇମ ବ୍ରାଞ୍ଚର ସିନିୟର ପୋଲିସ ଅଧିକାରୀ ନିତିନ ଠାକରେ କହିଛନ୍ତି ଯେ ଉଦିତାଙ୍କୁ କେବଳ ବୟାନ ଦେବା ପାଇଁ ଡକାଯାଇଥିଲା । ଅନ୍ୟ ପକ୍ଷରେ ମେହିତ କହିଛନ୍ତି ତାଙ୍କ ବିରୋଧରେ କିଛି ଆରୋପ ନାହିଁ ।