କ’ଣ ପାଇଁ ନିଜ ଗର୍ଲଫ୍ରେଣ୍ଡଙ୍କୁ ଲୁଚାଇ ରଖନ୍ତି ବରୁଣ, ଆପଣ ମଧ୍ୟ ଜାଣନ୍ତୁ
ବଲିଉଡର ଅଭିନେତା ବରୁଣ ଧୱନ ଏବେ ନିଜ ରିଲେସନସିପକୁ ନେଇ ଚର୍ଚ୍ଚାରେ । ନିଜର ପିଲାଦିନର ସାଙ୍ଗ ନତାଶାଙ୍କୁ ଡେଟ କରୁଥିବା ଖବର ଏବେ ଚାରିଆଡେ ଖେଳିଯାଇଛି । ନିଜ ରିଲେସନସିପକୁ ମିଡିଆ ଏବଂ ଲାଇମଲାଇଟ ଠାରୁ ଲୁଚାଇ ରଖୁଥିବା ବରୁଣ କ’ଣ ପାଇଁ ଏପରି କରନ୍ତି ତାହାର ଖୁଲାସା ସେ କରିଛନ୍ତି ।
ବରୁଣଙ୍କ କହିବା ଅନୁସାରେ ନତାଶା ଏକ ସାଧାରଣ ଜୀବନ ବିତାଇବାକୁ ଚାହାଁନ୍ତି । ସେ ଚାହାଁନ୍ତିନି ତାଙ୍କର ବ୍ୟକ୍ତିଗତ ଜୀବନ ଲାଇମ ଲାଇଟକୁ ଆସୁ । ସେଥିପାଇଁ ବରୁଣ ନିଜ ଲଭ ଲାଇଫକୁ ଲାଇମ ଲାଇଟ ଠାରୁ ଦୂରରେ ରଖିବାକୁ ପସନ୍ଦ କରନ୍ତି ।
ଏହା ସହିତ ବରୁଣ କହିଛନ୍ତି ସେ ନତାଶାଙ୍କ ଖୁସି ପାଇଁ ବ୍ୟକ୍ତିଗତ ଜୀବନ ଉପରେ ଆଲୋଚନା କରନ୍ତି ନାହିଁ । ଯଦି କେହି ତାଙ୍କ କାହାଣୀ ବଷୟରେ କିଛି ବି ଛାପେ ତେବେ ଏହା ଏକ ମନଗଢା କାହାଣୀ ।
ଏହା ସହିତ ରିଲେସନସିପକୁ ନେଇ ବରୁଣ କହିଥିଲେ, କଲେଜ ସମୟରେ ମୁଁ ସିରିୟସ ରିଲେସନସିପରେ ଥିଲି ମାତ୍ର ଏହା ୪ ମାସ ଚାଲିପାରିଲାନାହିଁ । କାରଣ ସେ ମେତେ ଧୋକା ଦେଉଥିଲା ।