ବଲିଉଡ ଅଭିନେତା ସଂଜୟ ମିଶ୍ରା ନିଜର ଭିନ୍ନ ଭିନ୍ନ ଚରିତ୍ର ପାଇଁ ଲୋକପ୍ରିୟ ଅଟନ୍ତି । ସେ ଅନେକ ଫିଲ୍ମରେ ଅଭିନୟ କରି ଲୋକମାନଙ୍କର ମନୋରଞ୍ଜନ କରିଛନ୍ତି । ସଂଜୟ ମିଶ୍ରା ଖୁବ ଶୀଘ୍ର ଫିଲ୍ମ ‘ଅଂଗ୍ରେଜୀ ମେଁ କହତେ ହେଁ’ରେ ନଜର ଆସିବେ । ଏହି ଫିଲ୍ମର ଟ୍ରେଲରକୁ ନିକଟରେ ରିଲିଜ କରାଯାଇଛି । ଫିଲ୍ମର ଏହି କାହାଣୀକୁ ସାଧାରଣ ଲୋକ ଖୁବ ସହଜରେ ନିଜ ସହିତ ଯୋଡି ପାରିବେ । ଫିଲ୍ମର କାହାଣୀ ତିନି ଜଣ କପଲଙ୍କ ଉପରେ ଆଧାରିତ । ଫିଲ୍ମରେ ସଂଜୟ ମିଶ୍ରା ଏପରି ଏକ ପତି ଭୂମିକାରେ ନଜର ଆସିଛନ୍ତି ଯେ ନିଜ ପତ୍ନୀଙ୍କ ପ୍ରଶଂସା କରନ୍ତି ନାହିଁ ଏବଂ ଏକ ସହିତ ରହି ମଧ୍ୟ ନିଜ ଭାବନାକୁ ବ୍ୟକ୍ତ କରିପାରନ୍ତି ନାହିଁ ।
ଦେଖନ୍ତୁ ଟ୍ରେଲର-
ଫିଲ୍ମରେ ସଂଜୟ ମିଶ୍ରାଙ୍କ ବ୍ୟତିତ ଏକବଲୀ ଖତ୍ରା, ପଙ୍କଜ ତ୍ରୀପାଠୀ, ଆୟୁଷ୍ମାନ ଝା, ଶିଭମ କାଲା ଏବଂ ଶିବାନୀ ରଘୁବଂଶୀ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଏହି ଫିଲ୍ମ ୧୮ ମଇକୁ ରିଲିଜ ହେବ ।