ଧୋନି, ହରଭଜନ ଏବଂ ରାଇନାଙ୍କ ଝିଅ କଲେ ଏହି ଗୀତରେ ଡ୍ୟାନ୍ସ, ଭିଡିଓ ହେଲା ଭାଇରାଲ
ଆଇପିଏଲ ୨୦୧୮ରେ ମହେନ୍ଦ୍ର ସିଂ ଧୋନିଙ୍କ ଝିଅ ଜିଭା ଧୋନିଙ୍କର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାର ଦେଖିବାକୁ ମିଳିଛି । ରବିବାର ଦିନ ହରଭଜନ ସିଂ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ତାଙ୍କ ଝିଅ ହିନାୟା, ଧୋନିଙ୍କ ଝିଅ ଜିଭା ଏବଂ ସୁରେଶ ରାଇନାଙ୍କ ଝିଅ ଗ୍ରାସିୟା ଏକା ସହିତ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଚେନ୍ନାଇ ସୁପର କିଙ୍ଗସର ଏହି ତିନି ଷ୍ଟାରଙ୍କ ଝିଅ ‘ରିଙ୍ଗା ରିଙ୍ଗା ରୋଜେସ’ ଗୀତରେ ପରସ୍ପରର ହାତ ଧରି ସସ୍ତିଭରା ଅନ୍ଦାଜରେ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି ।
ଏହି ଭିଡିଓକୁ ସେୟାର କରାଯିବାର ମାତ୍ର ଦୁଇ ଘଣ୍ଟା ମଧ୍ୟରେ ଏକ ଲକ୍ଷରୁ ଅଧିକ ଭ୍ୟୁଜ ମିଳିସାରିଛି । ତିନି ଲିଟିଲ ପରୀଙ୍କର ବୟସ ପାଖାପାଖି ହୋଇଥିବାରୁ ଭିଡିଓରେ ତିନି ଜଣଙ୍କ ମଧ୍ୟରେ ସୁନ୍ଦର ବଣ୍ଡିଂ ଦେଖିବାକୁ ମିଳିଛି ।