ଦେଶର ଏହି ୯ଟି ସହରରେ ଲାଇଭ ଶୋ’ କରିବେ ଗୁରୁ ରନ୍ଧାୱା, ଭୁବନେଶ୍ୱର ମଧ୍ୟ ରହିଛି ସାମିଲ
ପଂଜାବୀ ସିଙ୍ଗର ଗୁରୁ ରନ୍ଧାୱା ଭାରତର ବିଭିନ୍ନ ସହରରେ ନିଜର ଲାଇଭ ଶୋ’ ଟୁର ଆରମ୍ଭ କରିବାକୁ ଯାଉଛନ୍ତି । ଏହାକୁ ନେଇ ସେ ଉତ୍ସହିତ ମଧ୍ୟ ଅଛନ୍ତି । ‘ଲାହୋର’, ‘ହାଇ ରେଟେଡ ଗବରୁ’, ‘ବନ ଜା ତୁ ମେରି ରାନୀ’, ‘ସୁଟ ସୁଟ କରଦା’ ଏବଂ ‘ପଟୋଲା’ ପରି ହିଟ ଗୀତ ପାଇ ଫେମସ ହୋଇଥିବା ଗୁରୁ ରାନ୍ଧୱା ବଲିଉଡ ଡ୍ୟାନ୍ସ ମ୍ୟୁଜିକ ଶୋ’ ବଲିବୁମ ପରି ଦେଶର ଦେଶର ବିଭିନ୍ନ ସହରର ଯାତ୍ରା କରିବେ ।
ଇଣ୍ଡିଆ ଟୁରରେ ସେ ଦେଶର ୯ଟି ସହରର ଯାତ୍ରା କରିବେ । ଭୁବନେଶ୍ୱର (୨୭ ମଇ), ଅହମ୍ମଦାବାଦ(୨୬ ମଇ), ଇନ୍ଦୋର(୨ ଜୁନ), ମୁମ୍ବାଇ(୮ ଜୁନ), ପୁନେ(୯ ଜୁନ), କୋଲକାତା(୧୦ ଜୁନ), ଲକ୍ଷେ୍ନø(୧୫ ଜୁନ), ସୁରଟ(୧୭ ଜୁନ) ଏବଂ ଗୌହାଟୀ(୫ ଅଗଷ୍ଟ)ରେ ପ୍ରଶଂସକଙ୍କ ମଧ୍ୟରେ ଲାଇଭ ଶୋ’ କରିବେ ।
ଏହାକୁ ନେଇ ଗୁରୁ ରନ୍ଧାୱା କହିଛନ୍ତି ‘ଏହି ବର୍ଷ ମୋ ପାଇଁ ଖୁବ ଭଲ ରହିଛି । ମୋର ଅନେକ ଗୀତ ହିଟ ମଧ୍ୟ ହୋଇଛି ।’ ଏହା ସହିତ ସେ କହିଥିଲେ ‘ବଲିବୁମ ଟୁର ପାଇଁ ମୁଁ ଖୁବ ଉତ୍ସାହିତ ଅଛି । ମୋତେ ଲାଇଭ ଶୋ’ କରିବା ଏବଂ ଫ୍ୟାନ୍ସଙ୍କ ସହିତ ରହି ପଫର୍ମ କରିବା ପସନ୍ଦ । ଆଶା କରୁଛି ଏହି ଟୁରରେ ପ୍ରଶଂସକମାନଙ୍କ ଭଲପାଇବା ମୋତେ ମିଳିବ । ଏବଂ ଏହା ମଧ୍ୟ ଆଶା କରୁଛି ଏହି ଟୁର ସର୍ବଦା ସ୍ମରଣୀୟ ହୋଇ ରହିବ । ଖୁବ ଶୀଘ୍ର ଆପଣଙ୍କ ସହରରେ ଦେଖାହେବ ।’