ଟ୍ରୋଲରଙ୍କ ଧମକରେ ରାଗିଲେ ଟ୍ୱିଙ୍କିଲ ଖନ୍ନା, କହିଲେ ଜବାବ ଦେବିନି ଲିଗାଲ ଆକ୍ସନ ନେବି
ଫିଲ୍ମ ଅଭିନେତ୍ରୀ, ନିର୍ମାତା ଏବଂ ଲେଖିକା ଟ୍ୱିଙ୍କିଲ ଖନ୍ନାଙ୍କ ମତରେ ତାଙ୍କୁ ଅନଲାଇନରେ ମିଳୁଥିବା ଧମକର ସେ ଜବାବ ଦେବା ବଦଳରେ ଲିଗାଲ ଆକ୍ସନ ନେବେ । ଟ୍ୱିଙ୍କିଲ ଟ୍ରୋଲରଙ୍କ ଧମକର ଜବାବ ଦେଇ କହିଲେ, ‘ଏକ ସାମାଜରେ ଜଣେ ମହିଳାଙ୍କୁ ଏପରି ଦମକ ଦେବା କ’ଣ ଉଚିତ । ଯେ ଚ୍ୟାରେଟି କରିବା ପାଇଁ ଫିଲ୍ମରେ ବ୍ୟବହାର ହୋଇଥିବା ପୋଷାକର ନିଲାମ କରିବାକୁ ଚାହେଁ ।’ ଟ୍ୱିଙ୍କିଲ ଆହୁରି ମଧ୍ୟ କହିଛନ୍ତି ‘ମୁଁ ଏହି ଧମକର ଜବାବ ନୁହେଁ ବରଂ ଲିଗାଲ ଆକ୍ସନ ନେବି ।’
ଉଲ୍ଲେଖଯୋଗ୍ୟ ଯେ, ଟ୍ୱିଙ୍କିଲ ଫିଲ୍ମ ‘ରୁସ୍ତମ’ରେ ଅକ୍ଷୟ ପିନ୍ଧିଥିବା ନୌସେନା ୟୁନିଫର୍ମକୁ ନିଲାମ କରିବାର ନିର୍ଣ୍ଣୟ ନେବା ପରେ ତାଙ୍କୁ ଟ୍ରୋଲ କରାଯାଇଥିଲା । ଟ୍ରୋଲ କରିଥିବା ବ୍ୟକ୍ତି ଜଣକ କହିଥିଲେ, ‘ଆପଣ ଆମର ସମ୍ମାନକୁ ଛୁଇଁଛନ୍ତି । ଆମେ ଆପଣଙ୍କ ନାକରୁ ରକ୍ତ ବୁହାଇବୁ’ ।
ଏହା ପୂର୍ବରୁ ଫିଲ୍ମ ‘ପଦ୍ମାବତ’ ପାଇଁ ମଧ୍ୟ ଦୀପିକାଙ୍କ ନାକ କାଟିବାକୁ ଲୋକେ ଧମକ ଦେଇଥିଲେ । ଟ୍ୱିଙ୍କିଲ କହିଛନ୍ତି ଯେ ଏହି ପୋଷାକ ନିଲାମ ଅର୍ଥକୁ ସେ ପଶୁମାନଙ୍କ ଉଦ୍ଦେଶ୍ୟରେ ବ୍ୟବହାର କରିବେ ।