ବିଗବସ ସିଜିନ ୧୧ରେ ପପୁଲାର ହୋଇଥିବା ପ୍ରିୟାଙ୍କ ଶର୍ମା ଫିଲ୍ମରେ ନଜର ଆସିବେ ବୋଲି କିଛି ସମୟରୁ ଚର୍ଚ୍ଚା ହେଉଛି । କିନ୍ତୁ ଏହା ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ । ତେବେ ପ୍ରୟାଙ୍କଙ୍କୁ ଖୁବ ଶୀଘ୍ର ଏଏଲଟି ବାଲାଜୀଙ୍କ ନୂଆ ୱେବ ସିରିଜ ‘ପଞ୍ଚବିଟ’ରେ ଦେଖିବାକୁ ମିଳିବ । ବିଗ ବସ ୧୧ରୁ ବାହାରିବା ପରେ ନିର୍ମାତା ବିକାଶ ଗୁପ୍ତା ମଧ୍ୟ ପ୍ରିୟାଙ୍କ ସହିତ ୱେବ ସିରିଜରେ କାମ କରିବା ନେଇ ଖୁଲାସା କରିଥିଲେ ।
ବର୍ତ୍ତମାନ ଏକତା କପୁର ପ୍ରିୟାଙ୍କଙ୍କ ‘ପଞ୍ଚବିଟ’ ଲୁକର ଖୁଲାସା କରିଛନ୍ତି । ଏହାକୁ ନେଇ ଏକ ଭିଡିଓ ମଧ୍ୟ ପୋଷ୍ଟ କରାଯାଇଛି । ଏହି ଭିଡିଓରେ ପ୍ରିୟାଙ୍କ ବକ୍ସିଂ କରୁଥିବା ନଜର ଆସିଛନ୍ତି । ଏହା ପୂର୍ବରୁ ପ୍ରିୟାଙ୍କଙ୍କୁ ଆସ୍ଥା ଗିଲଙ୍କ ମ୍ୟୁଜିକ ଭିଡିଓରେ ଦେଖିବାକୁ ମିଳିଥିଲା । ଏହି ଗୀତ ରିଲିଜ ହେବା ପରେ ଟପ ଟ୍ରେଡିଙ୍ଗ ଭିଡିଓରେ ସାମିଲ ହୋଇଛି ।