Only for Entertainment

ସୋନମ କପୁରଙ୍କ ଖୁଲାସା: ବିବାହ ପୂର୍ବରୁ ଏହି ସର୍ତ୍ତ ରଖିଲେ ଆନନ୍ଦ

Laughing Colours
0 104

ସୋନମ କପୁର ଏବଂ ଆନନ୍ଦ ଅହୁଜାଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି । ଲୋକେ ତାଙ୍କ ବିଷୟରେ ପାଇଁ ଚାହିଁ ରହିଛନ୍ତି । ପ୍ରତ୍ୟେକ ଦିନ ଦୁହିଁଙ୍କୁ ନେଇ କିଛି ନା କିଛି ଖବର ସାମ୍ନାକୁ ଆସୁଛି । ନିକଟରେ ସୋନମ ଏକ ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ ଆନନ୍ଦ ତାଙ୍କ ପାଇଁ ଏକ ସର୍ତ୍ତ ରଖିଛନ୍ତି ।

ସର୍ତ୍ତ ଅନୁସାରେ ସୋନମଙ୍କୁ ଶୋଇବା ପୂର୍ବରୁ ତାଙ୍କ ଫୋନକୁ ବର୍ଥରୁମରେ ହେଉ କିମ୍ବା ଅନ୍ୟ ଏକ ରୁମରେ ଚାର୍ଜରେ ବସାଇବାକୁ ପଡିବ । ଏହି ନିମୟ କେବଳ ସୋନମଙ୍କ ପାଇଁ ନୁହେଁ ଆନନ୍ଦ ମଧ୍ୟ ଏହି ନିୟମକୁ ଫେଲୋ କରନ୍ତି ।

sonam

ସୋନମ ସୋସିଆଲ ମିଡିଆରେ ଆନନ୍ଦ ଏବଂ ତାଙ୍କର ଫଟୋକୁ ସେୟାର କରି ରିଲେସନକୁ ସ୍ୱିକାର କରିଥିବା ବେଳେ ମିଡିଆ ସାମ୍ନାରେ ଏହାକୁ ନେଇ କେବେ ସ୍ୱିକାର କରିନଥିଲେ । ଏହାକୁ ନେଇ ସୋନମଙ୍କୁ ପ୍ରଶ୍ନ କରାଯିବାକୁ ସେ କହିଥିଲେ ସୋସିଆଲ ମିଡିଆ ଉପରେ ମୋର କଣ୍ଟ୍ରୋଲ ରହିଛି । ପ୍ରେସରେ ଆନନ୍ଦଙ୍କ ବିଷୟରେ କହି ମୁଁ ତାଙ୍କର ଅନାଦାର କରିବାକୁ ଚାହୁଁନଥିଲି । ଯଦି ପ୍ରେସରେ ଏହି ବିଷୟରେ କହିଥାନ୍ତି ତେବେ ଏହାକୁ ନେଇ ମିଡିଆ ନିଜ ହିସାବରେ ଲୋକଙ୍କୁ କହିଥାନ୍ତେ ।

sonam and anand

ଉଲ୍ଲେଖଯୋଗ୍ୟ ଯେ, ସୋନମ ସର୍ବଦା ଆନନ୍ଦ ଏବଂ ତାଙ୍କ ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଥାନ୍ତି । ଏବଂ ଭିଡିଓକୁ ମଧ୍ୟ ଅପଲୋଡ କରିଥାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More