କୁୱେତ ଏୟାରପୋର୍ଟରେ ଅଦନାନ ସାମିଙ୍କ ଟିମକୁ ଦୁର୍ବ୍ୟବହାର, କୁହାଗଲା ‘ଭାରତୀୟ କୁକୁର’
ଏପରି ଅନେକ ଥର ଶୁଣିବାକୁ ମିଳିଛି ଯେ ବାହାର ଦେଶରେ ଭାରତୀୟ ସେଲିବ୍ରିଟିଙ୍କ ସହିତ ଧର୍ମ ଏବଂ ରାଷ୍ଟ୍ରୀୟତାକୁ ନେଇ ଦୁର୍ବ୍ୟବହାର କରାଯାଇଥାଏ । ନିକଟରେ ଗାୟକ ଅଦନାନ ସାମିଙ୍କୁ ଏହିଭଳି ପରିସ୍ଥିତିର ସାମ୍ନା କରିବାକୁ ପଡିଛି । ଏହାପରେ ଅଦନାନ ଟୁଇଟ କରି କୁୱେତ ତାଙ୍କ ସହିତ ଏବଂ ତାଙ୍କ ଟିମ ସହିତ ହୋଇଥିବା ଦୁର୍ବ୍ୟବହାର ଅଭିଯୋଗ କରିଥିଲେ । ଟୁଇଟରେ ଅଦନାନ ସାମି ଲେଖିଥିଲେ କୁୱେତ ଏୟାରପୋର୍ଟର ଷ୍ଟାଫମାନେ ଖରାପ ବ୍ୟବହାର କରିଛନ୍ତି ।
@indembkwt We came 2 ur city wt luv & our Indian brethren embraced us with it. U gave no support. Kuwaiti airport immigration mistreated my staff 4 no reason & called thm ‘Indian Dogs’! Wn u wr contacted u did nothing!! How dare d Kuwaitis behave like this with arrogance?! pic.twitter.com/9OPfuPiTW1
— Adnan Sami (@AdnanSamiLive) May 6, 2018
ଖବର ଅନୁସାରେ ଅଦନାନ ସାମି ନିଜ କନ୍ସର୍ଟ ପାଇଁ କୁୱେତରେ ପହଁଚିଥିଲେ । ଏୟାରପୋର୍ଟର ଷ୍ଟାଫମାନେ ତାଙ୍କ ଟିମକୁ ଖରାପ ବ୍ୟବହାର ଦେଖାଇବା ସହିତ ତାଙ୍କୁ ‘ଭାରତୀୟ କୁକୁର’ ବୋଲି ମଧ୍ୟ କହିଥିଲେ । ବିନା କାରଣରେ ସେମାନେ ଏପରି ଖରାପ ବ୍ୟବହାର ଦେଖାଇଥିଲେ ବୋଲି ଅଦନାନ କହିଛନ୍ତି ।
ଅଦନାନ ସାମି ଟୁଇଟ କରିବା ପରେ ରାଜ୍ୟ ଗୃହମନ୍ତ୍ରୀ କିରଣ ରିଜେଜୁ ଉତ୍ତର ଦେଇ ଲେଖିଥିଲେ ‘ମୁଁ କ୍ଷମା ଚାହୁଁଛି ଯେ ଆପଣଙ୍କୁ ଏପରି ଶୁଣିବାକୁ ପଡିଲା । ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଏହି ମାମଲାକୁ ଦେଖୁଛନ୍ତି । ଆପଣ ତାଙ୍କ ସହିତ ସମ୍ପର୍କ କରିପାରନ୍ତି ।’
Thank you so much for your concern my dear. @SushmaSwaraj is a lady full of heart & she is in touch with me & is looking after our people.. I’m so proud that she is our foreign minister & looks after us all over the world. https://t.co/2KjCIyRG6f
— Adnan Sami (@AdnanSamiLive) May 6, 2018
କିରଣ ରିଜିଜାଙ୍କ ଟୁିଟର ଜବାବ ଦେଇ ଅଦନାନ କହିଥିଲେ, ‘ ଏହି ମାମଲାରେ ଚିନ୍ତା କରିବା ପାଇଁ ଆପଣଙ୍କର ଧନ୍ୟବାଦ । ମୁଁ ସୁଷମା ସ୍ୱରାଜଙ୍କ ସହିତ ଏହି ମାମଲାରେ କଥା ହେଉଛି । ମୁଁ ଗର୍ବ କରେ ସେ ଆମର ବିଦେଶ ମନ୍ତ୍ରୀ ।’
ଉଲ୍ଲେଖଯୋଗ୍ୟ ଯେ, ଅଦନାନ ପ୍ରଥମେ ପାକିସ୍ତାନର ନାଗରିକ ଥିଲେ । କିନ୍ତୁ ୨୦୦୫ରେ ସେ ଭାରତୀୟ ନାଗରିକତା ଗ୍ରହଣ କରିଥିଲେ ।