ଅଧିକ ମିଠା ଖାଇବା ଦ୍ୱାରା ଶରୀରରେ ଦେଖା ଯାଇଥାଏ ଏହି ସଙ୍କେତ ।
କିଛି ଲୋକଙ୍କୁ ମିଠା ଖୁବ ପସନ୍ଦ । ତେଣୁ ସେମାନେ ବାରମ୍ବାର ମିଠା ଖାଇବାକୁ ବାହାନା ଖୋଜନ୍ତି । ଆବଶ୍ୟକତା ଠାରୁ ଅଧିକ ମିଠା ଖାଇବା ଦ୍ୱାରା କିଛି ସମସ୍ୟା ସୃଷ୍ଟି ହୋଇପାରେ । ଯାହା ପରେ ଚିନ୍ତାର କାରଣ ସାଜିଥାଏ । ସ୍କିନ ଏଲର୍ଜି,ଡ୍ରାଇନେସ ଓ ଉଚ୍ଚ ରକ୍ତ ଚାପ ଭଳି ସମସ୍ୟା ଦେଖାଦିଏ ।
ଅଧିକ ମିଠା ଖାଇବା ଦ୍ୱାରା କ୍ଲାନ୍ତ ଅନୁଭବ ହୋଇଥାଏ ।
ଚର୍ମ ଜନିତ ସମସ୍ୟା ଯେପରି ସ୍କିନ ଏଲର୍ଜି ଓ ଡ୍ରାଇନେସ ଆଦି ସମସ୍ୟା ଦେଖାଦିଏ ।
ଉଚ୍ଚ ରକ୍ତଚାପ ଦେଖାଦିଏ ।
କ୍ଷତ ସ୍ଥାନ ଶୁଖିବାରେ ବିଳମ୍ବ ହୋଇଥାଏ ।
ଅଧିକ ଶୋଷ ହୋଇଥାଏ ।
ଏସବୁରୁ ମୁକ୍ତି ପାଇବା ପାଇଁ ପ୍ରାକୃତିକ ମିଠା ଯେପରି ଫଳ ଓ ଡ୍ରାଇ ଫ୍ରୁଟସ ଖାଆନ୍ତୁ ।