ଦିଶାଙ୍କ ଏହି ଷ୍ଟଣ୍ଟ ଦେଖି ଆପଣ ମଧ୍ୟ ହୋଇଯିବେ ତାଙ୍କ ଦିୱାନା, ଦେଖନ୍ତୁ ଭିଡିଓ…
‘ବାଗୀ-୨’ର ସଫଳତା ପରେ ଦିଶା ପଟାନୀଙ୍କ ଫ୍ୟାନ ଫଲୋଇଙ୍ଗ ଖୁବ ବଢିଯାଇଛି । ଫିଲ୍ମରେ ଦିଶାଙ୍କ ଛୋଟ ରୋଲ ହୋଇଥାଉନା କାହିଁକି ଟାଇଗରଙ୍କ ସହିତ ତାଙ୍କ ଯୋଡିକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି । ଫିଟନେସକୁ ଅଧିକ ଧ୍ୟାନ ଦେଉଥିବା ଦିଶା ଏବେ ଏପରି କିଛି କରିଛନ୍ତି ଯାହାକୁ ଦେଖିଲେ ଆପଣ ମଧ୍ୟ ତାଙ୍କ ଫ୍ୟାନ ହୋଇଯିବେ ।
ନିକଟରେ ଦିଶାଙ୍କୁ ଆକ୍ସନ୍ ମୁଡ଼ରେ ଦେଖିବାକୁ ମିଳିଛି । ଦିଶା ତାଙ୍କ ଇଂଷ୍ଟାଗ୍ରାମ୍ ଏକ ଭିଡ଼ିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ଦିଶା ଏକ ସୁଇମିଙ୍ଗ ପୁଲରେ ଷ୍ଟଂଟ କରୁଥିବାର ନଜର ଆସିଛନ୍ତି । ଦିଶା ପାଣି ଭିତରେ ଷ୍ଟଂଟ କରି ନିଜର ଫ୍ୟାନ୍ସ ମାନଙ୍କୁ ଚ୍ୟାଲେଂଜ କରିଛନ୍ତି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଦେଖନ୍ତୁ ଭିଡିଓ…