Only for Entertainment

ଶାହାରୁଖଙ୍କ ମନ୍ନତ ସାମ୍ନାରେ ଫଟୋ ଉଠାଇଲେ ନବ ବିବାହିତ ଦମ୍ପତି ।

aajtak
33

ଶାହାରୁଖ ସାରା ଦୁନିଆରେ ଯେତେ ପରିଚିତ ସେତିକି ପରିଚିତ ମୁମ୍ବାଇ ସ୍ଥିତ ତାଙ୍କ ଘର ମନ୍ନତ ପାଇଁ । ତାହାକୁ ଦେଖିବା ପାଇଁ ପ୍ରତିଦିନ ହଜାର ହଜାର ଲୋକ ଯାଆନ୍ତି । ନିକଟରେ ଏକ ନବ ବିବାହିତ ଦମ୍ପତି ପୁଣିଥରେ ମନ୍ନତକୁ ଚର୍ଚ୍ଚାକୁ ନେଇ ଆସିଛନ୍ତି । ମୁମ୍ବାଇର ଏକ ଦମ୍ପତି ବିବାହ ପରେ  ବଲିଉଡର ବାଦ୍‌ଶାହା ଶାହାରୁଖ୍‌ଙ୍କ ଘର ଆଗକୁ ଯାଇ ଫଟୋ ଉଠାଇଥିବା କଥା ସଭିଙ୍କୁ ଚକିତ କରିଛି।ଦୁହିଁଙ୍କ ପାଇଁ ଶାହାରୁଖ୍‌ଙ୍କ ଘର ମନ୍ଦିର ସମାନ ବୋଲି କହି ଦୁହେଁ ସେଠାକୁ ଯିବା ସହ ଶାହାରୁଖ୍‌ଙ୍କ ଘର ମନ୍ନତ୍‌ ଆଗରେ ଫଟୋ ଉଠାଇଥିଲେ । ଦୁହିଁଙ୍କୁ ଶାହାରୁଖ୍‌ଙ୍କ ଅନ୍ଦାଜରେ ଠିଆ ହୋଇ ଫଟୋ ଉଠାଇଥିବାର ଦେଖାଯାଇଥିଲା । ଏହି ସମୟରେ ଶାହାରୁଖ୍‌ ଦୁହିଁଙ୍କୁ ଦେଖି ବାଲ୍‌କୋନିରୁ ହାତ ହଲାଇଥିଲେ ।


 

ପରେ ବର ଧ୍ରୁବ ସେହି ଫଟୋଟିକୁ ନିଜ ଟୁଇଟର ଆକାଉଣ୍ଟରେ ସେୟାର କରି ଲେଖିଛନ୍ତି, ‘ବିବାହ ପରେ ମନ୍ଦିର ଯିବା ଉଚିତ। ଆମେ ଠିକ୍‌ ତାହା କରିଛୁ । ଶାହାରୁଖ୍‌ ଜୀ ଆମେ ଜାଣିଛୁ ଆପଣ ଅମକୁ ଦେଖିବା ସହ ହାତ ହଲାଇଥିଲେ । ଧନ୍ୟବାଦ୍‌ ସାର୍‌, ଆମ ଦିନକୁ ଏତେ ଖାସ୍‌ କରିବା ପାଇଁ।’ ଧ୍ରୁବ୍‌ଙ୍କ ଏହି ଟୁଇଟ୍‌ ଶାହାରୁଖ୍‌ ଦେଖିବା ସହ ପ୍ରତିକ୍ରିୟାରେ ‘ଭଗବାନ ତୁମକୁ ଆଶୀର୍ବାଦ୍‌ କରନ୍ତୁ’ ବୋଲି ଲେଖିଥିଲେ ।ସୂଚନା ମୁତାବକ, ଏହା ପୂର୍ବରୁ ଜୁନ୍‌୬, ୨୦୧୮ରେ ଧ୍ରୁବ୍‌ ଟୁଇଟରରେ ଶାହାରୁଖ୍‌ଙ୍କୁ ଟ୍ୟାଗ୍‌ କରି ବିବାହରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରିଥିଲେ । ‘‘ଆମେ ଡିସେମ୍ବରରେ ବିବାହ କରୁଛୁ । ଆପଣଙ୍କର ଆଶୀର୍ବାଦ ଦରକାର । ଆପଣ ନ ଆସି ମଧ୍ୟ ଏହି ଟୁଇଟ୍‌ର ଜବାବ ଦେଲେ ତାହା ଆପଣଙ୍କ ଉପସ୍ଥିତି ଜାହିର୍‌ କରିବ’’ ବୋଲି ଧ୍ରୁବ୍‌ ଲେଖିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More