Only for Entertainment

ଓଲିଉଡ୍ ଅଭିନେତ୍ରୀ ଲିପ୍ସା ମିଶ୍ରଙ୍କ ପ୍ରଯୋଜନାରେ ମୁକ୍ତିଲାଭ କରିଛି ଏକ ଓଡିଆ ଗୀତ ‘ପ୍ରେମ ହୁଏ ନାହିଁରେ’ ।

0 75

ଓଲିଉଡ୍ ଅଭିନେତ୍ରୀ ଲିପ୍ସା ମିଶ୍ର ଏବେ ନାୟିକାରୁ ହୋଇଛନ୍ତି ପ୍ରଯୋଜିକା । ନିଜ ପ୍ରଡକ୍ସନ୍ ହାଉସ୍ ଲିପ୍ସା ମିଶ୍ର ପ୍ରଡକ୍ସନରେ ସେ ଭେଟିଦେଇଛନ୍ତି ଏକ ମନଛୁଆଁ ଗୀତ । ଆଉ ଏହି ଗୀତରେ ଦେଖିବାକୁ ମିଳିଛି ଏକ ନିଆରା ପ୍ରେମ କାହାଣୀ ।

ଏକ ନିଆରା ପ୍ରେମକାହାଣୀକୁ ନେଇ ମୁକ୍ତିଲାଭ କରିଛି ଏକ ଓଡିଆ ଗୀତ ‘ପ୍ରେମ ହୁଏ ନାହିଁରେ’ । ଦୁଇ ଜାଆଁଳା ଭଉଣୀଙ୍କୁ ନେଇ ଗତିଶୀଳ ହୋଇଛି ଏହି ଲଭଷ୍ଟୋରୀ । ଲିପ୍ସା ମିଶ୍ର ପ୍ରଡକ୍ସନ୍ ଦ୍ୱାରା ପ୍ରସ୍ତୁତ ହୋଇଛି ଏହି ମ୍ୟୁଡିକ୍ ଭିଡିଓ ଟି । ଦୁଇ ଜାଆଁଳା ଭଉଣୀ, ବ୍ୟବହାରରେ ପୁରା ଭିନ୍ନ । ଆଉ ପ୍ରେମକୁ ନେଇ ମଧ୍ୟ ଦୁହିଁଙ୍କର ଭିନ୍ନ ଚିନ୍ତାଧାରା । ଗୋଟିଏ ଯୁବକର ପ୍ରେମରେ ପଡନ୍ତି ଦୁଇ ଭଉଣୀ । ହେଲେ ଜଣେ ହୁଏ ସଫଳ । ଆଉ ଅନ୍ୟଜଣକୁ ହୁଏ ଇର୍ଷା । ନିଜ ଭଉଣୀର ପ୍ରେମକୁ ସହି ପାରେନି ଜାଆଁଳା ଭଉଣୀ । ଆଉ ପ୍ରତିଷୋଧର ନିଆଁରେ ଜଳି ନିଜ ଭଉଣୀକୁ ହିଁ ମାରିଦିଏ । ହେଲେ ଶେଷରେ ନିଜ ପ୍ରେମକୁ ବି ସଫଳ କରି ପାରେନି । ଆଉ ଜେଲ୍ ଦଣ୍ଡ ପାଏ ।

ଏମିତି ଏକ ନିଆରା କାହାଣୀକୁ ନେଇ ରିଲିଜ୍ ହୋଇଥିବା ଏହି ଭିଡିଓ ସଙ୍ଗରେ ଟ୍ୱିନ୍ ସିଷ୍ଟର୍ ଭୂମିକାରେ ସୋମାଲିନ୍ ଓ ଜ୍ୟାକଲିନ୍ ପରିଡା ଅଭିନୟ କରିଛନ୍ତି । ଭିଡିଓରେ ଦୁହିଁଙ୍କ ଲଭ୍ ଇଂଟ୍ରେଷ୍ଟିଂ ସାଜିଛନ୍ତି ମହାପ୍ରସାଦ କର । ଏହି ମ୍ୟୁଜିକ୍ ଭିଡିଓର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଅଭିଷେକ ଗୁଡ୍ଡୁ । କ୍ରିଷ୍ଣା ବେଉରାଙ୍କ ସଙ୍ଗୀତ ସହ ଏଥିରେ କଣ୍ଠଦାନ କରିଛନ୍ତି ସୌରିନ୍ ଭଟ୍ଟ ଓ ପ୍ରିୟଙ୍କା ମିତ୍ରା । ଗୀତର ଲିରିକ୍ସ ଦେଇଛନ୍ତି ଅରୁଣ ମନ୍ତ୍ରୀ । ୟୁଟୁବ୍ ଚ୍ୟାନେଲ୍ ଆମାରା ମ୍ୟୁଜିକ୍ ଓଡିଆରେ ରିଲିଜ୍ ହୋଇଛି ଏହି ଭିଡିଓଟି । ଗୀତକୁ ଦର୍ଶକ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More