Only for Entertainment

ଡେବ୍ୟୁ ପୂର୍ବରୁ ଓସ୍କାର ନେବା ପାଇଁ ପହଁଚିଲେ ଅଙ୍କିତା ଲୋଖଣ୍ଡେ ! ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

IBTimes India
0 41

ଟିଭିର ଫେମସ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଫିଲ୍ମ ‘ମଣିକର୍ଣ୍ଣିକା’ ଜରିଆରେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହି ଫିଲ୍ମରେ ସେ କଙ୍ଗନାଙ୍କ ସହିତ ନଜର ଆସିବେ । ଫିଲ୍ମ ରିଲିଜ ହେବା ପୂର୍ବରୁ ଅଙ୍କିତା ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ଅଛନ୍ତି । ଏବଂ ସୋସିଆଲ ମିଡିଆରେ ଫଟୋସୁଟର ଫଟୋ ମଧ୍ୟ ଶେୟାର କରୁଥିବା ଦେଖିବାକୁ ମିଳିଛି । କିଛି ଦିନ ପୂର୍ବେ ଫିଲ୍ମରେ ତାଙ୍କର ଲୁକ ନଜର ଆସିଥିଲା ।

ନିକଟରେ ଅଙ୍କିତା ଏକ ମ୍ୟାଗାଜିନ ପାଇଁ ଫଟୋସୁଟ କରିଛନ୍ତି । ଏହି ଫଟୋସୁଟ ସମୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଫଟୋସୁଟରେ ଅଙ୍କିତା ଏକ ସିଲଭର କଲରର ଶାଢୀ ପିନ୍ଧିଥିଲେ । ଏହା ସହିତ ସେ ଖୁବ ମସ୍ତି କରୁଥିବାର ମଧ୍ୟ ନଜର ଆସିଛନ୍ତି । ଏହି ସୁଟ ସମୟରେ କେହି ଜଣେ ତାଙ୍କୁ ପ୍ରଶ୍ନ କରିଥିଲେ ଆପଣ ଓସ୍କାରର ପ୍ରସ୍ତୁତି କିପରି କରୁଛନ୍ତି ଏହାର ଉତ୍ତରରେ ଅଙ୍କିତା କ’ଣ କହିଲେ ଦେଖନ୍ତୁ ଭିଡିଓ…

 

Queen of smile ?? ・・・ #AnkitaLokhande #LokhandeAnkita #ASL

A post shared by Ankita Lokhande FAN (@ankitastunning) on

ଉଲ୍ଲେଖଯୋଗ୍ୟ ଯେ, ‘ମଣିକର୍ଣ୍ଣିକା’ରେ କଙ୍ଗନା ଲିଡ୍ ରୋଲରେ ନଜର ଆସିଛନ୍ତି । କଙ୍କନା ରାଣୀ ଲକ୍ଷ୍ମୀ ବାଇ ଭୂମିକାରେ ନଜର ଆସିଥିବା ବେଳେ ଅଙ୍କିତା ଝଲକାରୀ ବାଇ ଭୂମିକାରେ ନଜର ଆସିବେ । ଦୁହିଁଙ୍କ ବ୍ୟତିତ ସୋନୁ ସୁଦ ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More