Only for Entertainment

ବର୍ଷାରେ ଖରାପ ହେଲା ଡ୍ରେସ୍‍, ବୁଟିକ୍‍ ଉପରେ ଲାଗିଲା ଜରିମାନା

Justdial
27

ବଡୋଦରାର ଏକ ବୁଟିକ୍‍ ମାଲିକଙ୍କ ପାଇଁ  ୨୦୧୦ ଅଣ ମୌସୁମୀ ବର୍ଷା ୮ ବର୍ଷ ପରେ ମହଙ୍ଗା ପଡିଛି । ୭ବର୍ଷ ପରେ ଜଣେ ମହିଳା ବିବାହ ଉତ୍ସବକୁ ଯିବା ପାଇଁ ଏହି ଦୋକାନରୁ ୩୫୦୦ଟଙ୍କା ଦେଇ ପଞ୍ଜାବୀ କଣିଥିଲେ । ସେହିଦିନ ରାତିରେ ନୂଆ ପୋଷାକ ପିନ୍ଧି ଘରୁ ବାହାରିବା ବେଳେ ବର୍ଷାରେ ଓଦା ହୋଇଥିଲେ । ପୋଷାକରେ ପାଣି ପଡିବା ପରେ ଏହା ଜାକି ହୋଇପଡିଥିଲା । ଏବେ ଖାଉଟି ଫୋରମ ଏହି ବୁଟିକ୍‍ ମାଲିକଙ୍କ ଉପରେ ଜରିମାନା ଲଗାଇଛି ।

କୋର୍ଟ ଖରାପ ପୋଷାକ ବିକ୍ରି କରିଥିବା କାରଣରୁ ବୁଟିକ୍‍ ମାଲିକଙ୍କୁ ଉକ୍ତ ମହିଳାଙ୍କୁ ୯ ପ୍ରତିଶତ ସୁଧ ସହ ୩୫୦୦ଟଙ୍କା ଫେରାଇବାର ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣାଟି ରାବପୁରା ଅଞ୍ଚଳର । ୧୯ ନଭେମ୍ବର, ୨୦୧୦ରେ ବୈଶାଳୀ ଚୌହ୍ୱାନ ନାମ୍ନୀ ଏହି ମହିଳା ଦୋକାନରୁ ଏକ ପଞ୍ଜାବୀ କିଣିଥିଲେ । ହେଲେ ଏହା ଖରାପ ପଡିବାରୁ ସେ ଦୋକାନକୁ ଯାଇଥିଲା ବେଳେ ଦୋକାନୀ ଏଥିପ୍ରତି ଆଦୌ ଗୁରୁତ୍ୱ ଦେଇନଥିଲା ଏବଂ ପରେ କହିଥିଲା ଯେ, ବର୍ଷାରେ ପୋଷାକ ଖରାପ ହେବା ପାଇଁ ଦାୟୀ ଆମେ ନୁହେଁ । ଏନେଇ ବୈଶାଳୀ ଖାଉଟି ଉପଭୋକ୍ତା ଫୋରମର ଦ୍ୱାରସ୍ଥ ହୋଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More