Only for Entertainment

ଏୟାର ଷ୍ଟ୍ରାଇକ୍‌ରେ ଖୁସି ହୋଇ ମୋଦିଙ୍କ ଫଟୋକୁ ଚୁମ୍ବନ ଦେଲେ ମହିଳା, ଭିଡିଓ ଭାଇରାଲ

Latestly
46

ନିକଟରେ ପାକିସ୍ତାନ ବାଲାକୋଟରେ ଭାରତୀୟ ସେନାର ମିରାଜ ୨୦୦୦ ଦ୍ୱାରା ସର୍ଜିକାଲ ଷ୍ଟ୍ରାଇକ୍‌ ପରେ ଦେଶର ସେନା ଓ ମୋଦିଙ୍କୁ ଦେଶବାସୀ ପ୍ରଶଂସା କରିଛନ୍ତି। ଦେଶବାସୀ ପୁଲଓ୍ଵାମାରେ ସିଆରପିଏଫ୍‌ ଯବାନଙ୍କ ଉପରେ ପାକିସ୍ତାନ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣର ପ୍ରତିଶୋଧ ପାଇଁ ଦାବି କରୁଥିଲେ। ତେବେ ପୁଲଓ୍ଵାମା ଆକ୍ରମଣର ୧୨ଦିନ ପରେ ଭାରତ ପାକିସ୍ତାନକୁ କଡ଼ା ଯବାନ ଦେଇ ଜୈସ୍‌-ଇ-ମହମ୍ମଦର ଶିବିରକୁ ସମ୍ପୂର୍ଣ୍ଣ ଧ୍ୱଂସ କରି ଦେଇଥିଲେ। ଏହା ପ୍ରତିଶୋଧର ଖୁସି ଦେଶର କୋଣଅନୁକୋଣରେ ଦେଖିବାକୁ ମିଳିଥିଲା। ଏହି କ୍ରମରେ ଜଣେ ମହିଳାଙ୍କ ଭିଡିଓ ଭାଇରାଲ ହୋଇଛି।

ଏହି ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି କି, କୌଣସି ଏକ ରେଲେଓ୍ଵ ଷ୍ଟେସନ୍‌ରେ ଟ୍ରେନ୍‌ ଛିଡା ହୋଇଛି। ଟ୍ରେନ୍‌ ପାଖ ଦେଇ ଯାଉଥିବା ଜଣେ ମହିଳା କୋଚରେ ଅଙ୍କା ଯାଇଥିବା ମୋଦିଙ୍କ ଫଟୋକୁ ଚୁମ୍ବନ ଦେଉଛନ୍ତି। ଏବଂ କ୍ୟାମେରାକୁ ଦେଖି ହସୁଛନ୍ତି।

ଏହି ଭିଡିଓକୁ ଟୁଇଟରରେ ସେୟାର କରି ଜଣେ ଲେଖିଛନ୍ତି, ଏମିତି ବି ହୋଇପାରେ। ତେବେ ଏହା ପ୍ରଥମର ଥର ନୁହେଁ କି କେହି ଜଣେ ମହିଳା ସର୍ବସମ୍ମୁଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିଜର ଭଲ ପାଇବା ଜାହିର କରିଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More