Only for Entertainment

ସାମାନ୍ୟ ଏକ ପିମ୍ପୁଡି କାମୁଡାରେ ପ୍ରାଣ ହରାଇଲେ ମହିଳା !

kidsnationalgeographic
0 48

ଜୀବନ ମରଣର କୌଣସି ବିଶେଷ ମୂହୁର୍ତ୍ତ ନାହିଁ । ଜୀବନ କ୍ଷଣସ୍ଥାୟୀ ବୋଲି ଆମେ ସମସ୍ତେ ଜାଣୁ । ଆଜି ଜୀବନ କାଲି ଥିବ କି ନଥିବ କିଏ ଜାଣିଲା । ମୃତ୍ୟୁ ବଡ ଅଜବ । କେତେବେଳେ କାହା ମାଧ୍ୟମରେ ଆସି ପହଁଚିଯିବ ତାହା କେହି କହିପାରିବେ ନାହିଁ। ଯେମିତି ସାମାନ୍ୟ
ପିମ୍ପୁଡି କାମୁଡାରେ ଜଣେ ମହିଳା ପ୍ରାଣ ହରାଇଛନ୍ତି। କଥାଟା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ କିନ୍ତୁ ଘଟଣାଟି ପୂରା ସତ।

ସାଉଦି ଆରବର ରାଜଧାନୀ ରିୟାଦରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଏକ ବିଶାକ୍ତ ପିମ୍ପୁଡି କାମୁଡିବା ଦ୍ୱାରା ଜଣେ ଭାରତୀୟ ମହିଳାଙ୍କର ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହେଉଛନ୍ତି କେରଳ ସୁସି ଜେଫି । ମାର୍ଚ୍ଚ୧୯ରେ ତାଙ୍କୁ ଗୋଟେ ପିମ୍ପୁଡି କାମୁଡି ଦେଇଥିଲା। ସେବେଠୁ ତାଙ୍କର ଚିକିତ୍ସା ଚାଲିଥିଲା। ବହୁଦିନର ଚିକିତ୍ସା ପରେ ଶେଷରେ ମଙ୍ଗଳବାର ଦିନ ତାଙ୍କର ମୃତ୍ୟୁ ଘଟିଛି। ବିଶେଷଜ୍ଞଙ୍କ କହିବା ଅନୁଯାୟୀ ପମ୍ପୁଡିର କିଛି ପ୍ରଜାତି ବହୁତ ବିଶାକ୍ତ ଥାନ୍ତି। ସେମାନେ କାମୁଡିବା ଦ୍ୱାରା ମୃତ୍ୟୁ ସୁନିଶ୍ଚିନ୍ତ।

ଏକ ରିପୋର୍ଟ ଅନୁଯାୟୀ ବୁଲେଟ ପିମ୍ପୁଡି ଏବଂ ରେଡ ଫାୟାର ନାମକ ଦୁଇଟି ପ୍ରଜାତିର ପିମ୍ପୁଡି ଭାରି ବିଶାକ୍ତ। ବୁଲେଟ୍‌ ପିମ୍ପୁଡି କାମୁଡିବାର ୨୪ଘଣ୍ଟା ପର୍ଯ୍ୟନ୍ତ ପୀଡା ହୋଇଥାଏ ଏବଂ ମୃତ୍ୟୁ ବି ହୋଇପାରେ। ଏହି ପିମ୍ପୁଡି ଏକ ଇଞ୍ଚର। ଏମାନେ ପ୍ରାୟ ସମୟ ଗଛରେ ରୁହନ୍ତି। ଏହି ପିମ୍ପୁଡି ସେତେବେଳେ ଆକ୍ରମଣ କରନ୍ତି ଯେତେବେଳେ ସେ ଅସୁରକ୍ଷିତ ଅନୁଭବ କରନ୍ତି। ମହିଳା ଜଣଙ୍କୁ ଏହି ପ୍ରଜାତିର ପିମ୍ପୁଡି କାମୁଡିଥିବା କୁହାଯାଉଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More