Only for Entertainment

ନିଜକୁ ଐଶ୍ୱର୍ଯ୍ୟା ରାୟଙ୍କ ପୁଅ କହୁଛନ୍ତି ଏହି ଯୁବକ !

kanak news
0 40

ବଲିଉଡ ଷ୍ଟାରମାନଙ୍କୁ ନେଇ ପ୍ରତିଦିନ କିଛି ନା କିଛି ଖବର ଶୁଣିବାକୁ ମିଳିଥାଏ । ଯାହାକୁ ବିଶ୍ୱାସ କରିବା ବେଳେବେଳେ କାଠିକର ପାଠ ହୋଇପଡେ । ହେଲେ ଖବର କିନ୍ତୁ ଖୁବ୍ ଚର୍ଚ୍ଚିତ ପାଲଟେ । କିଛି ଏମିତି ଖବର ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ନେଇ ସାମ୍ନାକୁ ଆସିଛି । ଜଣେ ଯୁବକ ନିଜକୁ ଐଶ୍ୱର୍ଯ୍ୟାଙ୍କ ପୁଅ ବୋଲି କହୁଛନ୍ତି ।

ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ନାମ ଏହି ଅଜବ ଧରଣର ବିବାଦରେ ଯୋଡି ହୋଇଛି । ଯେଉଁଥିରେ ସାଉଥର ଜଣେ ଯୁବକ ଦାବି କରିଛନ୍ତି କି ଐଶ୍ୱର୍ଯ୍ୟା ତାଙ୍କର ମା’ । ବିଶାଖାପାଟମରେ ରହୁଥିବା ସଂଗୀତ କୁମାରଙ୍କର କହିବା ହେଲା ତାଙ୍କର ଜନ୍ମ ଲଣ୍ଡନରେ ଆଇଭିଏଫ ଟେକ୍ନୋଲଜି ଜରିଆରେ ହୋଇଥିଲା । ଏବଂ ୨ ବର୍ଷ ଯାଏ ଐଶ୍ୱର୍ଯ୍ୟାଙ୍କର ମା’ ବୃନ୍ଦା ରାୟ ଓ ପିତା କୃଷ୍ଣରାଜ ରାୟ ତାଙ୍କୁ ପାଳିଥିଲେ ।

୨୯ ବର୍ଷିୟ ସଂଗୀତ ନାମକ ଏହି ଯୁବକର ଆରୋପ ଯେ, ତାଙ୍କର ପିତା ଏଦିବେଲୁ ରେଡ୍ଡୀ ତାଙ୍କୁ ବିଶାଖାପାଟନମ୍ ନେଇ ଆସିଲେ । ଏବଂ ସେଦିନ ଠାରୁ ସେ ସେଠାରେ ରହୁଛନ୍ତି । ସଂଗୀତ କହୁଛନ୍ତି ସେ ୨୭ ବର୍ଷ ହେଲା ଅଲଗା ରହୁଛନ୍ତି । କିନ୍ତୁ ଏବେ ନିଜର ମା’ ଐଶ୍ୱର୍ଯ୍ୟାଙ୍କ ସହ ରହିବାକୁ ଚାହୁଁଛନ୍ତି । ଏହି ଯୁବକଙ୍କ ପାଖରେ ଏହି ଦାବିକୁ ସତ କରିବାକୁ କୌଣସି ପ୍ରମାଣପତ୍ର ନାହିଁ । ତାଙ୍କର କହିବା ହେଲା ତାଙ୍କର ସଂପର୍କୀୟମାନେ ସବୁ ଡଳ୍ୟୁମେଂଟକୁ ନଷ୍ଟ କରିଦେଇଛନ୍ତି । ଖାଲି ଏତିକି ନୁହେଁ ସଂଗୀତ ଏହା ବି ଦାବି କରିଛନ୍ତି ଯେ, ଐଶ୍ୱର୍ଯ୍ୟା ଏକଲା ରହୁଛନ୍ତି ,କାରଣ ସେ ଅଭିଷେକ ବଚ୍ଚନଙ୍କ ଠାରୁ ଅଲଗା ହୋଇଯାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More