Only for Entertainment

ରିଲିଜ ହେଲା ‘ବୀରେ ଦି ୱେଡିଙ୍ଗ’ର ଅନ୍ୟ ଏକ ଗୀତ ‘ଆ ଜାଓ ନା’,ଖୁବ ଇମୋଶନାଲ ଭାବରେ ନଜର ଆସିଲେ ଗର୍ଲ ଗ୍ୟାଙ୍ଗ ।

bollywood tadka
0 48

କରୀନା କପୁର ଓ ତାଙ୍କ ଗର୍ଲଗ୍ୟାଙ୍ଗଙ୍କ ଫିଲ୍ମ ବୀରେ ଦି ୱେଡିଙ୍ଗର ନିକଟରେ ଅନ୍ୟ ଏକ ଗୀତ ରିଲିଜ ହୋଇଛି । ଏହା ପୂର୍ବରୁ ଫିଲ୍ମର ଅନ୍ୟ ୪ଟି ଗୀତ ରିଲିଜ ହୋଇସାରିଛି । ସମସ୍ତ ଗୀତକୁ ଦର୍ଶକ ଖୁବ ପସନ୍ଦ ମଧ୍ୟ କରିଛନ୍ତି । ପ୍ରଥମ ୪ଟି ଗୀତ ଖୁବ ମସ୍ତୀଭରା ଥିଲା କିନ୍ତୁ ଏହି ଗୀତଟି ଶୁଣିବା ପରେ ଆପଣ ମଧ୍ୟ ଇମୋଶନାଲ ହୋଇଯିବେ ।

ଗୀତରେ ଏଭଳି କିଛି ଜବରଦସ୍ତ ଦୃଶ୍ୟ ଅଛି ଯାହାକୁ ଦେଖିବାମାତ୍ରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଗୀତରେ କରୀନା,ସୋନମ,ସ୍ୱରା ଏବଂ ଶୀଖା ଖୁବ ଇମୋଶନାଲ ନଜର ଆସିଛନ୍ତି । ଏହି ଗୀତକୁ ଅରିଜିତ ସିଂ ଏବଂ ଶାଶ୍ୱତ ସଚଦେବ ଗାଇଛନ୍ତି ।

ବୀରେ ଦି ୱେଡିଙ୍ଗ ଫିଲ୍ମକୁ ଶଶାଙ୍କ ଘୋଷ ନିର୍ଦ୍ଦେଶନା ଦେଇଛନ୍ତି । ଏହି ଫିଲ୍ମକୁ ଏକତା କପୁର ଏବଂ ସୋନମଙ୍କ ଭଉଣୀ ରିୟା କପୁର ପ୍ରଡ୍ୟୁସ କରିଛନ୍ତି । ଫିଲ୍ମ ୧ ଜୁନକୁ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More