Only for Entertainment

ମୁକେଶ ଅମ୍ବାନୀଙ୍କ ପୁଅ ଆକାଶଙ୍କର ସରିଲା ନିର୍ବନ୍ଧ, ସାମ୍ନାକୁ ଆସିଲା ଏନଗେଜମେଣ୍ଟର ଫଟୋ

ABP News
0 73

ମୁକେଶ ଅମ୍ବାନୀ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ଅଟନ୍ତି । ନିକଟରେ ତାଙ୍କ ବଡ ପୁଅ ଆକାଶ ଅମ୍ବାନୀ ଗୋଆରେ ହୋଇଥିବା ଏକ ପ୍ରାଇଭେଟ ସେରିମୋନିରେ ଶ୍ଲୋକା ମେହତାଙ୍କ ସହିତ ଏନଗେଜମେଣ୍ଟ କରିଛନ୍ତି । ଏହି ସେରିମୋନିର କିଛି ଫଟୋ ବର୍ତ୍ତମାନ ସାମ୍ନାକୁ ଆସିଛି ।

aakash

ଗୋଟିଏ ଫଟୋରେ ଆକାଶ ଏବଂ ଶ୍ଲୋକା ଏନଗେଜମେଣ୍ଟ ରିଙ୍ଗ ଦେଖୁଥିବା ବେଳେ ଅନ୍ୟ ଫଟୋରେ ମୁକେଶ ଅମ୍ବାନୀ ନିଜ ବୋହୂ ଶ୍ଲୋକାଙ୍କୁ କେକେ ଖୁଆଉଥିବା ନଜର ଆସିଛି । ଏହି ଫଟୋରେ ମୁକେଶଙ୍କ ମା’ କେକିଳାବେନ ଏବଂ ପତ୍ନୀ ନୀତା ଅମ୍ବାନୀ ମଧ୍ୟ ନଜର ଆସିଛନ୍ତି ।

aakash

ଖବର ଅନୁସାରେ ଶ୍ଲୋକା ଡାଇମଣ୍ଡ ବ୍ୟବସାୟୀ ରସେଲ ମେହତାଙ୍କ ତିନି ସନ୍ତାନ ମଧ୍ୟରୁ ସାନ । ସେମାନଙ୍କ ପରିବାର ଦକ୍ଷିଣ ମୁମ୍ବାଇରେ ରୁହନ୍ତି । ସେହିପରି ୨୭ ବର୍ଷୀୟ ଆକାଶ ମୁକେଶ ଅମ୍ବାନୀଙ୍କର ବଡ ପୁଅ ଏବଂ ଇଶା ତାଙ୍କୁ ଜାଁଳା ଭଉଣୀ ଏବଂ ଅନନ୍ତ ସାନ ଭାଇ । ଏନଗେଜମେଣ୍ଟ ପୂର୍ବରୁ ଆକାଶ ଏବଂ ଶ୍ଲୋକା ପ୍ରି- ଏନଗେଜମେଣ୍ଟ ଫଟୋସୁଟ ମଧ୍ୟ କରିଛନ୍ତି ।

akashambani-shloka-759

ଖବର ଅନୁସାରେ ଆକାଶ ଏବଂ ଶ୍ଲୋକା ଧିରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲରେ ସାଥିରେ ପଢୁଥିଲେ । ଆକାଶ ବର୍ତ୍ତମାନ ରିଲିୟାନ୍ସ ଜିଓର ବୋର୍ଡରେ ଥିବା ବେଳେ ଶ୍ଲୋକା ରୋଜି ବ୍ଲୁ ଫାଇଣ୍ଡେସନର ନିର୍ଦ୍ଦେଶିକା ଅଛନ୍ତି । ଏହା ସହିତ ଶ୍ଲୋକା କନେକ୍ଟଫାର ସଂସ୍ଥାର ସହ- ସଂସ୍ଥାପକ ମଧ୍ୟ ଅଛନ୍ତି । ଏହି ସଂସ୍ଥା ବେସରକାରୀ ସଂସ୍ଥା ଗୁଡିକର ସାହାଯ୍ୟ କରିଥାଏ । ଶ୍ଲୋକାଙ୍କ ପରିବାର ହୀରା ବ୍ୟବସାୟୀ ନିରବ ମୋଦିଙ୍କ ନିକଟ ସମ୍ପର୍କୀୟ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More