Only for Entertainment

ଆମୀର ଖାନଙ୍କ ଫିଲ୍ମ ‘୩ଇଡିଅଟ୍ସ’ପରେ ଲଦାଖରେ ବଢିଲା ପର୍ଯ୍ୟଟନ, ୧୦ବର୍ଷ ପରେ ବି ସେମିତି !

32

ସୁପରଷ୍ଟାର ଆମୀର ଖାନଙ୍କ ବ୍ଲକବାଷ୍ଟର ଫିଲ୍ମ ‘୩ଇଡିଅଟ୍ସ’ର ରିଲିଜ ହେବା ୧୦ବର୍ଷ ହୋଇଗଲାଣି କିନ୍ତୁ ଆଜି ମଧ୍ୟ ଏହି ଫିଲ୍ମର କ୍ରେଜ ଲୋକଙ୍କ ମନରୁ ଯାଇନାହିଁ । ଏହି ଫିଲ୍ମ ସଫଳତା ସହ ବଲିଉଡ ବକ୍ସ ଅଫିସର ପରିଦୃଶ୍ୟକୁ ବଦଳାଇ ଦେଇଛି । କେବଳ ସେତିକି ନୁହେଁ, ଏହି ଫିଲ୍ମ ପରେ ଲଦାଖରେ ଟୁରିଜମଙ୍କ ସଂଖ୍ୟା ବୃଦ୍ଧି ପାଇଛି ।

ଲଦାଖର ସୁନ୍ଦର ଲୋକେସନରେ ଏହି ଫିଲ୍ମ ଦୃଶାୟନ ହୋଇଥିଲା । ଆମୀର ଖାନଙ୍କ ୩ଇଡିଅଟ୍ସ ଲଦାଖର ଚେହେରାକୁ ପରିବର୍ତ୍ତନ କରିଦେଇଛି । ଅଭିନେତା ଏବଂ ତାଙ୍କ ଫିଲ୍ମର ଲୋକପ୍ରିୟତା କାରଣରୁ ପର୍ଯ୍ୟଟନ ଉଦ୍ୟୋଗରେ ଅନେକ ଫାଇଦା ହୋଇଛି ।

 

View this post on Instagram

 

Cuplikan Film 3 Idiots #3idiots #3idiotsmovie #rancho #amirkhan

A post shared by Astri Irma Yunita (@astrimanita) on

ଚଳିତ ବର୍ଷ ଏହି ଫିଲ୍ମ ଏକ ଦଶକ ପୂରା କରିଛି , ଏହା ବକ୍ସଅଫିସର ଏକ ବ୍ଲକବାଷ୍ଟର ଫିଲ୍ମ । ଏହି ଫିଲ୍ମ ଭାରତରେ ସବୁଠାରୁ ଅଧିକ ବ୍ୟବସାୟ କରିଥିବା ଫିଲ୍ମ ସୂଚୀରେ ନିଜ ସ୍ଥାନ ଅଧିକାର କରିପାରିଛି । ଏହି ଫିଲ୍ମ ପରେ ପରେ ଲେ ଲଦାଖରେ ହୋଟେଲର ସଂଖ୍ୟାର ବୃଦ୍ଧି ପାଇଁ ସରକାରଙ୍କଚ ଆଗରେ ନିବେଦନ ଆସୁଛି । ତେବେ ଏହାର ପର୍ଯ୍ୟଟନ ସ୍ଥଳୀକୁ ଆହୁରି ଉନ୍ନତ କରାଇବା ପାଇଁ ସରକାର ଚେଷ୍ଟା କରିବେ ବୋଲି ନିକଟରେ ଏକ ସଭା ସ୍ଥଳୀରେ କଥା ଚାଲିଥିଲା ।

ଫିଲ୍ମ ବିଷୟରେ କହିବାକୁ ଗଲେ ଆମୀର ଖାନ ଖୁବ ଶୀଘ୍ର ନିଜ ଅପକମିଂ ଫିଲ୍ମ ‘ ଲାଲ ସିଂ ଚଡ୍ଡା’ର ସୁଟିଂ ଆରମ୍ଭ କରିବେ । ଯାହାର ଘୋଷଣା ତାଙ୍କ ଜନ୍ମଦିନରେ ଶୁଣିବାକୁ ମିଳିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More