ଟି ସିରିଜକୁ ନମ୍ବର ୱାନ ୟୁଟ୍ୟୁବ ଚ୍ୟାନେଲ କରିବା ରେସରେ ସାମିଲ ହେଲେ ଆମୀର ।
ସଲମାନ ଖାନ, ବରୁଣ ଧାୱନ, ଅନିଲ କପୁର, କାର୍ତ୍ତିକ ଆର୍ୟନ, ଅନନ୍ୟା ପାଣ୍ଡେ, ଅର୍ଜୁନ କପୁର,କୃତି ସାନନ, ଦିଶା ପାଟନୀ ଏବଂ ଅନ୍ୟ କେତେକ ବଲିଉଡ ତାରକା ଟି ସିରିଜକୁ ନମ୍ବର ୱାନ କରିବା ପାଇଁ ନିଜର ସମର୍ଥନ ଦେଇଛନ୍ତି । ସଲମାନଙ୍କ ପରେ ଆମୀର ଖାନ ଏହି ରେସରେ ସାମିଲ ହୋଇଛନ୍ତି । ଆମୀର ସୋସିଆଲ ମିଡିଆରେ ଏକ ଭିଡ଼ିଓ ଶେୟାର କରି ଟି ସିରିଜକୁ ଶୁଭେତ୍ସା ଜଣାଇଛନ୍ତି ।
ଆମୀର ଖାନ ଭିଡ଼ିଓ ଶେୟାର କରି କହିଛନ୍ତି ଟିସିରିଜ ଦୁନିଆର ସବୁଠାରୁ ସବୁଠାରୁ ଅଧିକ ସବସ୍କ୍ରାଇବ କରାଯାଉଥିବା ଚ୍ୟାନେଲ ହେବା ରାସ୍ତାରେ, ମୁଁ ବହୁତ ଖୁସି ଅଛି । ଟିସିରିଜ ଏବଂ ଭୂଷଣ କୁମାରଙ୍କୁ ଶୁଭେତ୍ସା, ଅଲ ଦ ବେଷ୍ଟ ।
ଭୂଷଣ କୁମାର କିଛି ଦିନ ର୍ପୂବରୁ ଏକ ଭିଡ଼ିଓ ଶେୟାର କରିଥିଲେ ଯେଉଁଥିରେ ସେ କହିଥିଲେଯେ ଟିସିରିଜ ବିଶ୍ୱର ନମ୍ବର ୱାନ ହେବା ରାସ୍ତାରେ । ଏହାକୁ ଏକ ଐତିହାସିକ ସମୟ କରିବାକୁ ଚାହୁଁଛୁ । ଏଥିପାଇଁ ଆମକୁ ଖୁବ ପ୍ରୟାସ କରିବାକୁ ପଡ଼ିଛି । ତେବେ କହିରଖୁଛୁଯେ ବାପା ଗୁଲସନ କୁମାରଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ସେ ଏହି ପଦକ୍ଷେପ ନେଇଥିବା କଥା କହିଛନ୍ତି । ତେଣୁ ସମସ୍ତେ ଏହାକୁ ସବସ୍କ୍ରାଇବ କରିବାକୁ ଅପିଲ କରିଛନ୍ତି ।