Only for Entertainment

ଅମୀରଙ୍କ ଭାଇ ଫୈଜଲ ଖାନ ଏହି ଫିଲ୍ମରେ କରିବେ କମବ୍ୟାକ ।

bollywood tadka
44

ବଲିଉଡ ଆକ୍ଟର ଅମୀର ଖାନ ଏବଂ ତାଙ୍କ ଭାଇ ଫୈଜଲ ଖାନଙ୍କୁ ଆପଣ ଫିଲ୍ମ ମେଲାରେ ଦେଖିଥିବେ । ଏହି ଫିଲ୍ମ ବକ୍ସ ଅଫିସରେ ଖୁବ ହିଟ ହୋଇଥିଲା । ଅମୀର ଏବଂ ତାଙ୍କ ଭାଇ ଫ÷ଜଲଙ୍କ ଚରିତ୍ର ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା । କିନ୍ତୁ ମେଲା ଫିଲ୍ମ ପରେ ଫୈଜଲ ବଲିଉଡରେ ଆଉ ନଜର ଆସିନଥିଲେ ।

ଏତେ ବର୍ଷ ପରେ ଅମୀରଙ୍କ ଭାଇ ଫୈଜଲ ଖାନ ବଲିଉଡକୁ ଫେରୁଛନ୍ତି । ଫୈଜଲ ଫ୍ୟାକ୍ଟ୍ରି ନାମକ ଫିଲ୍ମରେ କମବ୍ୟାକ କରିବେ । ସେ ଫିଲ୍ମରେ କେବଳ ଅଭିନୟ କରିବେ ତାହା ନୁହେଁ ବରଂ ଗୀତ ମଧ୍ୟ ଗାଇବେ ।

ଫୈଜଲଙ୍କ କହିବା ଅନୁସାରେ ଏହା ହେଉଛି ତାଙ୍କର ଡ୍ରିମ ପ୍ରୋଜେକ୍ଟ । କହିରଖୁଛୁଯେ ମେଲା ଫିଲ୍ମ ପରେ ଫୈଜଲ ଆରୋପ ଲଗାଇଥିଲେଯେ ଅମୀର ତାଙ୍କୁ ବନ୍ଦି କରି ରଖୁଛନ୍ତି । ଏହି ଖବର ପରେ ଫୈଜଲଙ୍କ ମାନସିକ ଅବସ୍ଥା ପରେ ପ୍ରଶ୍ନ ଉଠିଥିଲା । କିନ୍ତୁ ଦୀର୍ଘ ସମୟ ପରେ ଫୈଜଲ ଫିଲ୍ମକୁ ଫେରୁଛନ୍ତି । ଜୀବନରେ ୬ରୁ ୭ଟି ଫିଲ୍ମରେ କାମ କରିଥିବା ଫୈଜଲଙ୍କ ସହିତ ସମସ୍ୟା ସେତେବେଳେ ସୃଷ୍ଟି ହେଲା ଯେତେବେଳେ ତାଙ୍କ ମାନସିକ ସ୍ଥିତି ବିଗିଡ଼ିଗଲା । ଏହାପରେ ଫୈଜଲ ଅମୀରଙ୍କ ଉପରେ ଜମି ହଡ଼ପ କରିବାର ଦୋଷ ଲଗାଇଲେ । କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ଦୁଇ ଭାଇ ମିଶି ସମସ୍ୟାର ସମାଧାନ କରି ଦେଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More